ଫାଇଭ-ଟି ସଚିବଙ୍କୁ କାଳି ମାଡ ଘଟଣା : କାହିଁକି କାଳି ମାଡ କଲେ ଭାସ୍କର ସାହୁ ?

328

କନକ ବ୍ୟୁରୋ : ସତ୍ୟବାଦୀରେ ଫାଇଭ୍- ଟି ସଚିବ ଭି.କେ ପାଣ୍ଡିଆନଙ୍କୁ କାଳିମାଡ କରିଥିବା ଭାସ୍କର ସାହୁଙ୍କୁ ଛାଡିଲା ପୋଲିସ । ଗତକାଲି ବିଳମ୍ବିତ ରାତିରେ ଭାସ୍କର ସାହୁଙ୍କୁ ଛାଡିଛି ପୋଲିସ । ଫାଇଭ୍-ଟି ସଚିବଙ୍କ ନିର୍ଦ୍ଦେଶ କ୍ରମେ ଭାସ୍କର ସାହୁଙ୍କୁ ପୋଲିସ ଛାଡିଥିବା ଜଣାପଡ଼ିଛି । ଥାନାରୁ ବାହାରିବା ପରେ ଭାସ୍କର ସାହୁ କହିଛନ୍ତି, ସେ କୌଣସି ଦଳର ନୁହନ୍ତି । ନିଜ ଅଞ୍ଚଳର ବିକାଶ ପାଇଁ ସେ ବାରମ୍ବାର ଅଭିଯୋଗ କରିଥିଲେ । ହେଲେ କୌଣସି ସୁଫଳ ନମିଳିବାରୁ ସେ ଏପରି ପଦକ୍ଷେପ ନେଇଥିବା କହିଛନ୍ତି । ଗତକାଲି ପୁରୀ ଜିଲ୍ଲା ସତ୍ୟବାଦୀରେ ଏକ ସଭାରେ ଯୋଗଦେବାକୁ ଯାଇଥିବା ବେଳେ ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ କାଳିମାଡ଼ ହୋଇଥିଲା । ଏହା ପରେ ପୋଲିସ ଭାସ୍କର ସାହୁଙ୍କୁ ଗିରଫ କରିଥିଲା ।

ସେପଟେ, ସଚିବ ଭି.କେ. ପାଣ୍ଡିଆନଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାମୀଙ୍କୁ ପୁଲିସ ଛାଡିଦେଇଥିବା ପତ୍ନୀ ପ୍ରିୟଙ୍କା ମାନସିଂହ କହିଛନ୍ତି । କୌଣସି ରାଜନୈତିକ ଦଳର ପ୍ରରୋଚନାରେ ନୁହେଁ ବଂର ଗାଁର ସମସ୍ୟାର ସମାଧାନ ନହେବାରୁ କାଳିମାଡ କରିଥିଲେ । ସେ କୌଣସି ଦଳକୁ ସମର୍ଥନ କରନ୍ତି ନାହିଁ ବୋଲି କହିଛନ୍ତିି ତାଙ୍କ ସ୍ତ୍ରୀ ।  ଗତକାଲି  ସତ୍ୟବାଦୀରେ ସଚିବଙ୍କ ଉପରେ କାଳିମାଡ଼ ପରେ ଭାସ୍କର ସାହୁଙ୍କୁ ଗିରଫ କାରିଥିଲା ଗତକାଲି ସତ୍ୟବାଦୀ ଉତ୍କଳମଣୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ଭି.କେ. ପାଣ୍ଡିଆନଙ୍କ ଉପରେ କାଳିମାଡ ହୋଇଥିଲା ।

ଯେଉଁଥିରେ ପାଣ୍ଡିଆନ୍ ଗାଡିରୁ ଓହ୍ଲାଇ ସଭା ମଞ୍ଚକୁ ଯିବା ସମୟରେ କାଳିମାଡ କରିଛନ୍ତି କଣାସ ଅଞ୍ଚଳର ଭାସ୍କର ସାହୁ । ସଚିବଙ୍କ ସମେତ ସାଙ୍ଗରେ ଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ବି ପଡିଥିଲା କାଳି । ସଚିବଙ୍କ ଉପରେ କାଳିମାଡ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । କିଏ କାଳିମାଡ କଲା ବୋଲି ଉପସ୍ଥିତ ଥିବା ଲୋକମାନେ ଚିକ୍ରାର କରିଥିିଲେ । ଆଉ ଏହାରି ଭିତରେ ଅଭିଯୁକ୍ତ ଭାସ୍କର ସାହୁଙ୍କୁ ଗୋଡେଇ ଗୋଡେଇ ଧରିଥିଲା ପୋଲିସ୍ ।