ଇମ୍ରାନ ଖାନଙ୍କ ଘରେ ୩୦ରୁ ୪୦ ଆତଙ୍କବାଦୀ ଲୁଚିଥିବା ସୂଚନା: ଇମ୍ରାନଙ୍କ ବାସଭବନ ଘେରିଲା ପୋଲିସ

3,610

କନକ ବ୍ୟୁରୋ: ଇମ୍ରାନ ଖାନଙ୍କ ଘରେ ଲୁଚିଛନ୍ତି ଆତଙ୍କବାଦୀ । ଲାହୋର ସ୍ଥିତ ଇମ୍ରାନଙ୍କ ବାସଭବନ ଘେରିଲା ପୋଲିସ । ୩୦ରୁ ୪୦ ଆତଙ୍କବାଦୀ ଲୁଚିଥିବା ସୂଚନା । ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ୨୪ ଘଣ୍ଟା ସମୟ ଦିଆଯାଇଛି । ଭାରପ୍ରାପ୍ତ ସୂଚନାମନ୍ତ୍ରୀ ଆମିର ମୀର ଲାହୋରରେ ଏକ ପ୍ରେସ କନଫରେନ୍ସ ଜରିଆରେ କହିଛନ୍ତି କି, ପିଟିଆଇ ଏହି ଆତଙ୍କବାଦୀଙ୍କୁ ପୋଲିସକୁ ହସ୍ତାନ୍ତର କରିବା ଦରକାର । ନଚେତ ଆଇନ ତା କାମ କରିବ । ଆତଙ୍କବାଦୀଙ୍କ ଉପସ୍ଥିତି ପାକିସ୍ତାନ ସରକାର ଜାଣିସାରିଛି ।