ଚନ୍ଦ୍ରମାର ଆଉ ଏକ ଦୁର୍ଲଭ ଫଟୋ ପଠାଇଲା ଚନ୍ଦ୍ରଯାନ-୩ : ଟ୍ୱିଟ୍ କରି ଫଟୋ ଜାରି କଲା ଇସ୍ରୋ

1,089

କନକ ବ୍ୟୁରୋ : ଆସିଲା ଚନ୍ଦ୍ରମାର ନୂଆ ଫଟୋ । ଜହ୍ନ କକ୍ଷପଥରେ ବୁଲୁଥିବା ବିକ୍ରମ୍ ଲ୍ୟାଣ୍ଡର ଗତ ୧୯ ତାରିଖରେ ଆହୁ କିଛି ଦୁର୍ଲଭ ଫଟୋ ପଠାଇଛି । ଏହି ଫଟୋକୁ ଇସ୍ରୋ ପକ୍ଷରୁ ଟ୍ୱିଟ୍ ଜରିଆରେ ସେୟାର କରାଯାଇଛି । ଚନ୍ଦ୍ରର ଅଦେଖା ଅଞ୍ଚଳ ଦକ୍ଷିଣ ପ୍ରାନ୍ତରେ ଅବତରଣ କରିବ ବିକ୍ରମ ଲ୍ୟାଣ୍ଡର । ଏହା ଦ୍ୱାରା ବିଶ୍ୱରେ ଇତିହାସ ରଚିବାକୁ ଯାଉଛି ଭାରତ । ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଭାରତ ପ୍ରଥମ ଦେଶ ହେବାକୁ ଯାଉଛି ।