ରେଳ ଯାତ୍ରା ବେଳେ ଟିକେଟ ହଜିଗଲେ ଚିନ୍ତା କରନ୍ତୁ ନାହିଁ, ଏଭଳି ତୁରନ୍ତ ନିଅନ୍ତୁ ଡୁପ୍ଲିକେଟ୍ ଟିକେଟ

418

କନକ ବ୍ୟୁରୋ : ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ଓ ଏସିଆ ମହାଦେଶର ଦ୍ୱିତୀୟ ସର୍ବ ବୃହତ ରେଳ ନେଟୱର୍କ । ଏଥିରେ ଦୈନିକ ଲକ୍ଷ ଲକ୍ଷ ଲୋକ ଯାତ୍ରା କରିଥାନ୍ତି । ହେଲେ ବେଳେ ବେଳେ ଏଭଳି ଘଟେ କି ଆପଣ ଟିକେଟ କରି ରେଳରେ ଯାତ୍ରା କରୁଥିବେ କିନ୍ତୁ ଆପଣଙ୍କ ଟିକେଟ ହଜିଯିବ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଯଦି ରେଳ ଯାତ୍ରା ବେଳେ ଆପଣଙ୍କ ଟିକେଟ ହଜିଯାଏ ତେବେ ଆପଣଙ୍କୁ କଣ କରିବାକୁ ପଡିବ ।

ଆପଣ ରେଳଯାତ୍ରା କରୁଛନ୍ତି ଆପଣଙ୍କ ଟିକେଟ ହଜିଗଲା ଓ ଆପଣଙ୍କ ଫୋନରେ ବି ଟିକେଟର ଫଟୋ ନାହିଁ । ଏଭଳି ସ୍ଥଳେ ଆପଣ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ । ଆପଣ ତୁରନ୍ତ ଟିକେଟ କଲେକ୍ଟରଙ୍କ ସହ ଯୋଗା ଯୋଗ କରି ଡୁପ୍ଲିକେଟ ଟିକେଟ ନେଇ ପାରିବେ । ଅବଶ୍ୟ ଏନେଇ ଆପଣଙ୍କୁ କିଛି ଟା ଜରିମାନା ରାଶି ଦେବାକୁ ପଡିବ ।

ଭାରତୀୟ ରେଳ ୱେବସାଇଟ indianrail.gov.in ମୁତାବକ ଯଦି ସଂରକ୍ଷଣ ଚାର୍ଟ ପ୍ରସ୍ତୁତ ହେବା ପୂର୍ବରୁ ଟିକେଟ ହଜିଯାଇଥିବା ନେଇ ସୂଚନା ଦିଅନ୍ତି ତେବେ ଆପଣଙ୍କୁ ଏକ ଡୁପ୍ଲିକେଟ ଟିକେଟ ତୁରନ୍ତ ମିଳିଯିବ । ଏଥିପାଇଁ ଆପଣଙ୍କୁ ମାତ୍ର ୫୦ ଟଙ୍କା ଜରିମାନା ଦେବାକୁ ପଡିବ । ସେହିଭଳି ଅନ୍ୟ ଶ୍ରେଣୀର ଟିକେଟ ହୋଇଥିଲେ ଏଥିପାଇଁ ଆପଣଙ୍କୁ ୧୦୦ ଟଙ୍କା ଦେବାକୁ ପଡିବ । ସେହିଭଳି ଯଦି ସଂରକ୍ଷଣ ଚାଟ ପ୍ରସ୍ତୁତ ହୋଇ ଆପଣଙ୍କୁ ମିଳିଥିବା କନଫର୍ମ ଟିକେଟ ଆପଣ ହଜାଇ ଦିଅନ୍ତି ତେବେ ଆପଣଙ୍କୁ ଟିକେଟର ଅଧାଦାମ ଜରିମାନା ଆକାରରେ ଜମା କଲେ ଡୁପ୍ଲିକେଟ ଟିକେଟ ପାଇପାରିବେ ।