ପୁଣି ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ : ସପ୍ତାହକରେ ନୂଆ ୧ ଲକ୍ଷ ଆକ୍ରାନ୍ତ ଚିହଟ, ମୃତ୍ୟ ସଂଖ୍ୟା ୫୪% ବୃଦ୍ଧି

292

କନକ ବ୍ୟୁରୋ : ଦୈନିକ କୋଭିଡ ସଂକ୍ରମଣ ବଢୁଥିବା ବେଳେ ଭାରତରେ ସପ୍ତାହ ମଧ୍ୟରେ ନୂଆ ଏକ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଗତ ୪ ମଧ୍ୟରେ ସର୍ବାଧିକ ସାପ୍ତାହିକ ସଂକ୍ରମଣ । ମହାରାଷ୍ଟ୍ର, ଦିଲ୍ଲୀ, ହରିଆଣା, ଉତ୍ତରପ୍ରଦେଶରେ ଦୈନିକ ସଂକ୍ରମଣ କମୁଥିଲେ ବି ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡୁ, ବିହାର, ଆନ୍ଧ୍ର ପ୍ରଦେଶ, ଆସାମ ସମତେ ଅନ୍ୟ କିଛି ରାଜ୍ୟରେ ସଂକମ୍ରଣ ବଢୁଥିବା ଦେଖିବାକୁ ମିଳିଛି ।

ଜୁନ୍ ୨୭ରୁ ଜୂୁଲାଇ ୩ ତାରିଖ ମଧ୍ୟରେ ସପ୍ତାହକ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୧ ହଜାର ପାର କରିଛି ଯାହା ଗତ ସପ୍ତାହ ଠାରୁ ୧୪ ପ୍ରତିଶତ ଅଧିକ । ସବୁଠୁ ବଡ କଥା ହେଉଛି ଏହି ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟା ୫୪ ପ୍ରତିଶତ ବୃଦ୍ଧି ପାଇଛି । ଗତ ସପ୍ତାହରେ ୧୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜୁନ୍ ୨୭ରୁ ଜୁଲାଇ ୩ ମଧ୍ୟରେ ୧୯୨ ଜଣଙ୍କର ମୃତ୍ୟୁ ହୋଇଛି ।