ଋଷଠୁ ଭାରତ ପ୍ରତିଦିନ କିଣୁଛି ୧୬ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ: ସାଉଦି ଆରବକୁ ଝଟକା

127

କନକ ବ୍ୟୁରୋ: ଋଷଠୁ ଅଶୋଧିତ ତୈଳ କିଣିବାରେ ଭାରତ ରେକର୍ଡ ଭାଙ୍ଗିଛି । ପ୍ରତିଦିନ ଭାରତ ୧୬ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ କିଣୁଛି । ଭାରତ ଲଗାତାର ଭାବେ ଋଷଠୁ ବଡ ଧରଣର ଅଶୋଧିତ ତୈଳ ଆମଦାନୀ କରୁଛି । ପାରମ୍ପରିକ ଭାବେ ଇରାକ ଓ ସାଉଦି ଆରବ ଭାରତର ସବୁଠାରୁ ବଡ ସପ୍ଲାୟର୍ସ ଥିଲେ । ହେଲେ ଗତବର୍ଷରୁ ଭାରତ ଋଷ ମୁହାଁ ହୋଇଛି । ଏଥିପ।।ଇଁ ଇରାକ ଆଉ ସାଉଦି ଆରବ ପଛରେ ପଡିଯାଇଛନ୍ତି ।
ଋଷ ନିଜ ତୈଳରେ ରିହାତି ଦେଉଛି । ଯେଉଁଥି ପାଇଁ ଭାରତୀୟ ରିଫାଇନାରୀ ଭରପୂର ମାତ୍ରାରେ ଋଷଠାରୁ ତୈଳ କିଣୁଛନ୍ତି । ଫେବ୍ରୁଆରୀ ୨୦୨୨ ଋଷ-ୟୁକ୍ରେନ ଯୁଦ୍ଧ ପୂର୍ବରୁ ଭାରତର ଆମଦାନୀ ବାକ୍ସରେ ଋଷ ତୈଳ ମାତ୍ର ୧ ପ୍ରତିଶତ ରହିଥିଲା । ହେଲେ ଫେବ୍ରୁଆରୀ ୨୦୨୩ରେ ଏହା ୨୩ ପ୍ରତିଶତ ହୋଇଛି । ଆଉ ଆମଦାନୀ ସଂଖ୍ୟା ବଢି ୧୬ ଲକ୍ଷ ବ୍ୟାରେଲରେ ପହଞ୍ଚିଛି ।