ବ୍ରାଉନସୁଗାର ଗ୍ରାହକଙ୍କୁ ବାନ୍ଧିଲେ ମହିଳା : ବାଲିପାଟଣା ଥାନା ପମ୍ପାଲୋ ପଞ୍ଚାୟତର ଘଟଣା

211

କନକ ବ୍ୟୁରୋ : ପୋଲିସ ବାନ୍ଧିବା ପୂର୍ବରୁ ଗାଁର ମହିଳା ବାନ୍ଧି ପକାଇଲେ ବ୍ରାଉନ ସୁଗାର ଗ୍ରାହକକୁ । ବାଲିପାଟଣା ଥାନା ପମ୍ପାଲୋ ପଞ୍ଚାୟତ କୁଳନ୍ତିରା ଗାଁକୁ ୩ ଯୁବକ ବାରମ୍ବାର ଆସୁଥିଲେ । ଯାହାକୁ ଦେଖି ସନ୍ଦେହ କରିଥିଲେ ଗାଁର ମହିଳା । ପରେ ୩ ଯୁବକଙ୍କୁ କେଉଁ କାରଣ ପାଇଁ ଗାଁକୁ ମହିଳା ଆସୁଛନ୍ତି ବୋଲି ପଚାରିଥିଲେ ମହିଳା । ଏଥିରେ ଉତ୍ୟକ୍ତ ହୋଇ ନିଶାଡିମାନେ ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ ।

ପରେ ଗାଁ ଲୋକେ ଏକାଠି ହୋଇ ସେମାନଙ୍କୁ କାବୁ କରି ନେଇଥିଲେ । ପଚରାଉଚରା ପରେ ବ୍ରାଉନ ସୁଗାର କିଣିବା ପାଇଁ ଗାଁର ଜଣେ ଯୁବକଙ୍କ ପାଖକୁ ଆସିଥିବା କହିଥିଲେ । ପରେ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣ ଯୁବକ ଓ ସେମାନେ ବ୍ୟବହାର କରୁଥିବା ବାଇକକୁ ପୁଲିସ ଜବତ କରିିଛି । ମହିଳାମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗତ ୩ ଦିନ ତଳେ ବାଲିପାଟଣା ପୁଲିସ ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଧଳା ଜହର ଜବତ କରିଥିଲା ପୋଲିସ ।