ଭଦ୍ରକ ଚାନ୍ଦବାଲି ଥାନାରେ ନାବାଳିକା ଓ ମହିଳାଙ୍କୁ ଘୋଷାଡ଼ି ମାରିବା ଘଟଣା ,ବଦଳିଲେ ଜଣେ ଏଏସଆଇ ସମେତ ୩ଜଣ ପୋଲିସ କର୍ମଚାରୀ ।

299

କନକବ୍ୟୁରୋ: ଚାନ୍ଦବାଲି ଥାନା ପରିସରରେ ନାବାଳିକା ଓ ମହିଳାଙ୍କୁ ଘୋଷାଡି ଘୋଷାଡି ମାଡ଼ ମାରିବା ଘଟଣାରେ କାର୍ୟ୍ୟାନୁଷ୍ଠାନ। ବଦଳିଲେ ୩ ପୋଲିସ ଅଧିକାରୀ। ଜଣେ ଏଏସ୍ଆଇ, ଜଣେ କନେଷ୍ଟବଳ ଓ ଜଣେ ହୋମଗାର୍ଡଙ୍କୁ ବଦଳି କରାଯାଇଛି। ପୋଲିସ ମୁଖ୍ୟାଳୟକୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି ଏସପି। ଗତ ୨୫ ତାରିଖରେ ଥାନା ପରିସରରେ ପୋଲିସ ବାବୁ ଜଣେ ନାବାଳିକା ଓ ଦୁଇ ମହିଳାଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା।

ମହିଳାଙ୍କ ସ୍ବାମୀଙ୍କୁ କୌଣସି କାରଣରୁ ଥାନାରେ ଅଟକ ରଖାଯାଇଥିଲା। ଥାନା ବାହାରେ ଏହାର ପ୍ରତିବାଦ କରୁଥିଲେ ମହିଳା। ଏହି ସମୟରେ ମହିଳାଙ୍କ ସାନ ଝିଅ ଏକ ଚପଲ ଖୋଳ ଥାନା ପରିସରକୁ ଫୋପାଡ଼ିଥିଲେ। ଆଉ ଏହାକୁ ନେଇ ମହିଳା ଓ ପୋଲିସ ବାବୁଙ୍କ ମଧ୍ୟରେ ବିବାଦ ତେଜିଥିଲା। ଆଉ କାର୍ୟ୍ୟାନୁଷ୍ଠାନ ନେବାକୁ ଯାଇ ପୋଲିସ ବାବୁ ଜଣଙ୍କ ଖାକିର ପାୱାର ଦେଖାଇଥିଲେ।