ମାଲକାନଗିରି ବନ୍ୟା ସ୍ଥିତିରେ ସୁଧାର: ବିଭିନ୍ନ ପୋଲରେ ଜଳସ୍ତର କମିବାରୁ ଛତିଶଗଡ଼ ଓ ଆନ୍ଧ୍ରକୁ ସ୍ୱାଭାବିକ ହେଲା ଯାତାୟତ 

153

କନକ ବ୍ୟୁରୋ: ମାଲକାନଗିରି ବନ୍ୟା ସ୍ଥିତିରେ ସୁଧାର ଆସିଛି । ଜିଲ୍ଲାରେ ବିଭିନ୍ନ ପୋଲ ଉପରେ କମିଛି ଜଳସ୍ତର । ପାଙ୍ଗମ୍, ପୋଟେରୁ, କାଙ୍ଗୋରୁକୋଣ୍ଡା, ଏମ୍ଭି ୯୬, କନ୍ୟାଶ୍ରମ ପୋଲରୁ ପାଣି କମିଛି । ଏବେ ପୋଲ ତଳେ ପ୍ରବାହିତ ହେଉଛି ବନ୍ୟାଜଳ । ଫଳରେ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ସ୍ୱଭାବିକ ହୋଇଛି । ଫଳରେ ମାଲକାନଗିରି-ବାଲିମେଳା ରାସ୍ତାରେ ଗାଡି ଚଳାଚଳ ଆରମ୍ଭ ହୋଇଛି । ଛତିଶଗଡ଼ ଓ ଆନ୍ଧ୍ରକୁ ମଧ୍ୟ ଯାତାୟତ ସ୍ୱାଭାବିକ ହୋଇଛି । ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଗତକାଲି ଜିଲ୍ଲାର ୫ଟି ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିଲା । ପୋଲର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଅଟକି ରହିଥିଲା । ଯାତାୟତ ପାଇଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏବେ ପାଣି କମିବା ପରେ ଯାତାୟତ ସ୍ୱାଭାବିକ ହୋଇଛି ।