କାଳବୈଶାଖୀ ତାଣ୍ଡବ : ଉପୁଡ଼ିଲା ଗଛ, ବିଦ୍ୟୁତ୍ ସେବା ବିଚ୍ଛିନ୍ନ; ଗଛପଡ଼ି ପାରଳାଖେମୁଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତା ଅବରୋଧ

ବରଗଡ଼ରେ ମାଛଧରା ଡ଼ଙ୍ଗା ଓଲଟିପଡ଼ିବାରୁ ଗଲା ଜଣଙ୍କ ଜୀବନ

120

କନକ ବ୍ୟୁରୋ : ଅଧରାତିରେ କାଳବୈଶାଖୀର ତାଣ୍ଡବ । ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିଛି । କାଳବୈଶାଖୀ ଯୋଗୁଁ ପାରଳାଖେମୁଣ୍ଡିରେ ଅନେକ ସ୍ଥାନରେ ଗଛ ଭାଙ୍ଗି ଯାଇଛି । ଫଳରେ ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ମୁଖ୍ୟ ରାସ୍ତା ଅବରୋଧ ହୋଇଛି । ରାସ୍ତାରେ ମଧ୍ୟ ଏକ ୧୮ ଚକିଆ ଟ୍ରକ୍ ଫସି ରହିଛି । ଏହା ସହ ଉଭୟ ପାର୍ଶ୍ୱରେ ଅନେକ ଗାଡି ଅଟକ ରହିଛି ।

ସେପଟେ ବରଗଡ଼ରେ କାଳବୈଶାଖୀ ଯୋଗୁ ଓଲଟି ପଡ଼ିଲା ମାଛଧରା ଡଙ୍ଗା । ସ୍ୱାୀ-ସ୍ତ୍ରୀ ମାଛ ଧରିବାକୁ ଯାଇଥିଲେ । ଏହି ସମୟରେ ଅଚାନକ ଝଡ଼ ପବନ ହେବାରୁ ଡଙ୍ଗାଟି ଓଲଟି ପଡ଼ିଥିଲା । ଏଥିରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ପହଁରି ପହଁରି ଆସି ଗାଁ ଲୋକଙ୍କୁ ଖବର ଦେଇଥିଲେ ।