ରାଜ୍ୟରେ ଆଉ ନାହିଁ ବର୍ଷା ବିତ୍ପାତ ଆଶଙ୍କା : ୫ ଦିନ ପର୍ଯ୍ୟନ୍ତ ଶୁଖିଲା ରହିବ ପାଗ; ପାଣିପାଗ କେନ୍ଦ୍ରର ପୂର୍ବାନୁମାନ

212

କନକ ବ୍ୟୁରୋ : ଅବପାତ ଓଡ଼ିଶା ଉପରୁ ହଟିଯାଇଥିବାରୁ ରାଜ୍ୟରେ ଆଉ ବର୍ଷା ବିତ୍ପାତ ଆଶଙ୍କା ନାହିଁ । ଆସନ୍ତା ୫ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ । କେଉଁଠି କେମିତି ହାଲକା ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ରାଜଧାନୀ ଭୁବନେଶ୍ୱରର ଆକାଶ ମେଘୁଆ ରହିବ । କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ମଧ୍ୟରେ ରହିବ ।

ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ଅଞ୍ଚଳରେ ରହିଥିବା ଅବପାତ ପଶ୍ଚିମ-ଉତର ପଶ୍ଚିମ ଦିଗରେ ଗତି କରି ସେହି ସମାନ ଅଞ୍ଚଳରେ ରହିଛି । ଏହା ଧୀରେ ଧୀରେ ଦୁର୍ବଳ ହେବ । ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଓ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଓ ସଂଲଗ୍ନ ଦକ୍ଷିଣପୂର୍ବ ଉତ୍ତରପ୍ରଦେଶ ଉପରେ ସ୍ପଷ୍ଟ ଚିହ୍ନିତ ଏଘୁଚାପ ରୂପରେ ରହିଛି । ଏହା ପ୍ରଭାବରେ ଓଡ଼ିଶା ଉପକୂଳ ତଥା ସଂଲଗ୍ନ ବଙ୍ଗୋପସାଗରରେ ଖୁବ୍ ଜୋରରେ ପବନ ବହିବା ସହ ସମୁଦ୍ର ଅଶାନ୍ତ ରହିପାରେ ।