ଶ୍ରାବଣ ସୋମବାରରେ ଧବଳେଶ୍ୱର ଶୈବପୀଠ ଚଳଚଞ୍ଚଳ : ଜଳଲାଗି କରିବା ପାଇଁ କାଉଡିଆଙ୍କ ଭିଡ

164

କନକ ବ୍ୟୁରୋ : ଶ୍ରାବଣ ମାସ ସୋମବାରରେ ଧବଳେଶ୍ୱର ଶୈବପୀଠ ଚଳଚଞ୍ଚଳ । ଜଳଲାଗି କରିବା ପାଇଁ କାଉଡିଆଙ୍କ ଭିଡ ଧବଲେଶ୍ୱର ପୀଠରେ ଦେଖିବାକୁ ମିଳିଛି । ଯୋଡା ଶ୍ରାବଣ ମଳ ମାସର ୪ ଟି ସୋମବାରରେ ବାବା ଧବଳେଶ୍ୱରଙ୍କ ପୀଠରେ ଜଳଲାଗି ବନ୍ଦ ରହିଥିଲା ।

ତେବେ ଅଗଷ୍ଟ ମାସ ଶେଷ ୨ ଟି ସୋମବାର ଅର୍ଥାତ ଆଜି ପରି ଆସନ୍ତା ସୋମବାରରେ ମଧ୍ୟ କାଉଡିଆଙ୍କ ଭିଡ ଦେଖାଯିବ ବୋଲି ଅନୁମାନ କରାଯାଉଛି । ତେବେ ପୂଜକ ସମିତି ତରଫରୁ ରାତି ୨ ଟାରୁ ପହଡ ଖୋଲାଯାଇ ୧୦୮ ସୁବାସିତ ଜଳରେ ବାବା ଧବଳେଶ୍ୱରଙ୍କ ସ୍ନାନ ପରେ ସ୍ୱତନ୍ତ୍ର ନୀତିକ୍ରାନ୍ତି କରାଯାଇ ସାଧାରଣ ଦର୍ଶନ ନିମନ୍ତେ ଦ୍ୱାର ଫିଟାଯାଇଥିଲା । ସେପଟେ ପ୍ରଶାସନ ପକ୍ଷରୁ କଂକ୍ରିଟ ସେତୁରେ ବ୍ୟାରିକେଡର ବ୍ୟବସ୍ଥା କରାଯିବା ସହ ଭିଡକୁ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପ୍ରସ୍ତତି କରାଯାଇଛି ।