କେମିତି ହେବା ଦରକାର ଆପଣଙ୍କ ମୁଖ୍ୟମନ୍ତ୍ରୀ? ଉଚ୍ଚ ଶିକ୍ଷିତା ହେବା ଦରକାର ନା ଲୋକପ୍ରିୟ ହେବା ଦରକାର

2,203

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ କେମିତି ହେବା ଦରକାର? ଲୋକଙ୍କ ସମସ୍ୟା ବୁଝୁଥିବା ଦରକାର ନା’ ଉଚ୍ଚଶିକ୍ଷିତ ହେବା ଦରକାର? ଭଲ ଇଂରାଜୀ କହୁଥିବା ଦରକାର ନା’ ଜନପ୍ରିୟ ହେବା ଦରକାର । ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଭଲ ଇଂରାଜୀ କହିପାରୁନଥିବାରୁ ତାଙ୍କୁ ସୋସିଆଲ ମିଡ଼ିଆରେ ସମାଲୋଚନା କରାଯାଉଛି । ଏହାରି ଭିତରେ ଦୁଇଟି ଭିଡିଓ ଚର୍ଚ୍ଚାକୁ ବଢ଼ାଇ ଦେଇଛି । ଗୋଟିଏ ଭିଡିଓରେ ହେମନ୍ତ ବିଶ୍ୱଶର୍ମା, ଇଂରାଜୀରେ ଏକ ବାର୍ତା ଲେଖିବା ପାଇଁ ପୂର୍ବ ଲିଖିତ ଗୋଟିଏ ଲେଖାର ନକଲ କରୁଛନ୍ତି । ଯାହାକୁ ନେଇ କପି ପୋଷ୍ଟ ମୁଖ୍ୟମନ୍ତ୍ରୀ ବୋଲି ସମାଲୋଚନା କରାଯାଉଛି । ଆଉ ଗୋଟିଏ ଭିଡିଓରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ମଂଚରେ ବସିଥିବା ବେଳେ ଜଣେ ବୃଦ୍ଧା ମହିଳା ଆସି ତାଙ୍କୁ କୁଣ୍ଡେଇ ପକାଉଛନ୍ତି । ତାଙ୍କର ସମସ୍ୟା କହୁଛନ୍ତି । ଆଉ ଅତି ଶ୍ରଦ୍ଧାର ସହ ବୁଢିମା’ଙ୍କ କଥା ଶୁଣୁଛନ୍ତି ।

ଏମିତି କି କେମିତି ଅଛନ୍ତି ଏବଂ କଣ ସମସ୍ୟା ଅଛି ବୁଝି ମା’ଙ୍କୁ ବଚାରି ବୁଝୁଛନ୍ତି । ଗୋଟିଏ ଚିତ୍ରରେ ଜଣେ ମୁଖ୍ୟମନ୍ତ୍ରୀ ଦୁର୍ବଳତା ଦର୍ଶାଉଥିବାବେଳେ ଆଉ ଗୋଟିଏ ଚିତ୍ର ତାଙ୍କ ଲୋକପ୍ରିୟତା ଓ ଜନଆଦୃତିର କଥା କହୁଛି । ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ଭିଡିଓକୁ ନେଇ ହେମନ୍ତ ବିଶ୍ୱଶର୍ମା ଟୁଇଟ କରି ସୂଚନା ଦେଇଛନ୍ତି ଯେ, ସେ ଆସାମୀ ମାଧ୍ୟମରେ ପାଠ ପଢ଼ିଥିବାରୁ ଇଂରାଜୀ ଓ ହିନ୍ଦୀ କହିବାରେ ତାଙ୍କର ସମସ୍ୟା ରହିଛି । ତେବେ ପ୍ରଶ୍ନ ଉଠୁଛି, ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କିମ୍ବା ଭାଷାଗତ୍ୟ ଯୋଗ୍ୟତା ଜରୁରୀ ନା’ ଜନପ୍ରିୟତା ଜରୁରୀ । ଏହି ଆଲୋଚନା ଏଥିପାଇଁ କରାଯାଉଛି, କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଆମ ଆଦମୀ ପାର୍ଟି ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଏବଂ ସାର୍ଟିଫିକେଟ୍ ଦେଖାନ୍ତୁ ବୋଲି ଦାବି କରାଯାଉଛି ।