ହକି ପ୍ରୋ ଲିଗ୍ ଟିକେଟ୍ ପାଇଁ ଲମ୍ବା ଲାଇନ୍ : ବିର୍ସାମୁଣ୍ଡା ଷ୍ଟାଡିୟମ ଆଗରେ ସକାଳୁ ସକାଳୁ ହକି ପ୍ରେମୀଙ୍କ ଭିଡ

72

କନକ ବ୍ୟୁରୋ : କମିନି ହକି କ୍ରେଜ୍ । ହକି ପ୍ରୋଲିଗ୍ ମ୍ୟାଚର ଟିକେଟ ନେବାକୁ ଲାଗିଲାଣି ଲମ୍ବା ଲାଇନ୍ । ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଆଗରେ ସକାଳୁ ସକାଳୁ ହକି ପ୍ରେମୀଙ୍କ ଗହଳି ଦେଖିବାକୁ ମିଳିଛି । ୧୦ ତାରିଖରୁ ଆରମ୍ଭ ହେଉଛି ହକି ପ୍ରୋଲିଗ ମ୍ୟାଚ ।

ଏଥିପାଇଁ ଆଜିଠାରୁ ଅଫ୍ ଲାଇନରେ ଟିକେଟ୍ ବିକ୍ରି ହେବାକୁ ଯାଉଛି । ଟିକଟ ନେବାକୁ ଦୁଇଟି ଟିକେଟ କାଉଣ୍ଟର ବ୍ୟବସ୍ଥା ହୋଇଛି । ଯେଉଁମାନେ ଅନଲାଇନରେ ଟିକେଟ କିଣିଛନ୍ତି ସେମାନେ ବିର୍ସାମୁଣ୍ଡା ଷ୍ଟାଡିୟମର ଗେଟ ନମ୍ବର ୨ ଓ ୬ରୁ ଟିକେଟ ସଂଗ୍ରହ କରିପାରିବେ ବୋଲି ଜଣାଯାଇଛି । ଆଉ କିଛି ଦିନରେ ହକି ମ୍ୟାଚ ଥିବା ବେଳେ ହକି ପ୍ରେମୀଙ୍କଠାରେ ଏବେଠୁ ଉତ୍କଣ୍ଠା ବଢିବାରେ ଲାଗିଛି ।