ନଭେମ୍ବର ଶେଷ ସୁଧା ବିକ୍ରି ହେବ ଅନିଲ ଅମ୍ବାନୀଙ୍କ ଏହି ବଡ କମ୍ପାନୀ, ସାମ୍ନାକୁ ଆସିଲା ଅଶୋକ ହିନ୍ଦୁଜାଙ୍କ ପ୍ଲାନ

470

କନକ ବ୍ୟୁରୋ: ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲିଆନ୍ସ କ୍ୟାପିଟାଲ ବିକ୍ରୀ ହେବାର ଖବର ସାମ୍ନାକୁ ଆସୁଛି । ଅନିଲ ଅମ୍ବାନୀ ଏବେ ବହୁତ ଖରାପ ପରିସ୍ଥିତି ଦେଇ ଗତି କରୁଛନ୍ତି । ଗୋଟେ ପରେ ଗୋଟେ କମ୍ପାନୀ ବିକ୍ରି ହେବାରେ ଲାଗିଛି । ଏବେ ରିଲିଆନ୍ସ କ୍ୟାପିଟାଲ ବିକ୍ରି ହେବାର ଖବର ଆସୁଛି । ରିଲିଆନ୍ସ କ୍ୟାପିଟାଲର ମାଲିକାନା ଏବେ ହିନ୍ଦୁଜା ଗୁପ୍ ହାତକୁ ଯାଇପାରେ । ରିଲାଏନ୍ସ କ୍ୟାପିଟାଲ ବିକ୍ରୀ ପାଇଁ ଦୁଇ ରାଉଣ୍ଡ ଡାକ ସରିଛି । ଦୁଇ ରାଉଣ୍ଡ ଡାକରେ ରିଲାଏନ୍ସ କ୍ୟାପିଟାଲ ପାଇଁ ସବୁଠାରୁ ଅଧୀକ ମୂଲ୍ୟର ଡାକ ହିନ୍ଦୁଜା ଗ୍ରୁପ ଲଗାଇଥିଲେ ।

ରିଲିଆନ୍ସ କ୍ୟାପିଟାଲ ପାଇଁ ହିନ୍ଦୁଜା ଗ୍ରୁପ ୯୬୫୦ କୋଟିର ଡାକ ଲଗାଇଥିଲେ । ପ୍ରଥମ ରାଉଣ୍ଡ ରେ ସବୁଠାରୁ ଅଧିକ ଡାକ ଟରେଣ୍ଡ ଇନଭେଷ୍ଟମେଣ୍ଟ ୮୬୪୦ କୋଟିର ଡାକ ଲଗାଇଥିଲେ କିନ୍ତୁ ସେକଣ୍ଡ ରାଉଣ୍ଡ ରେ ଟରେଣ୍ଡ ଇନଭେଷ୍ଟମେଣ୍ଟଡାକରୁ ବାହାରି ଯାଇଥିଲେ । ଶେଷରେ କେବଳ ହିନ୍ଦୁଜା ଗ୍ରୁପ କମ୍ପାନୀ ଇଣ୍ଡୁସ୍ ଇଣ୍ଡିଆନ୍ ଇଣ୍ଟରନ୍ୟାସନାଲ ହୋଲ୍ଡିଂ ଲିମିଟେଡ୍ ରିଲିଆନ୍ସ କ୍ୟାପିଟାଲ ପାଇଁ ଡାକ ଲଗାଇଥିଲା । ଏହା ପରେ ଟରେଣ୍ଡ କୋର୍ଟରେ ହିନ୍ଦୁଜା ଗ୍ରୁପ ନାମରେ କେସ କରିଥିରେ । ଏମିତି ହେଲେ ରିଲିଆନ୍ସ କ୍ୟାପିଟାଲର ମାଲିକ ଇଣ୍ଡୁସ୍ ଇଣ୍ଡିଆନ୍ ଇଣ୍ଟରନ୍ୟାସନାଲ ହୋଲ୍ଡିଂ ଲିମିଟେଡ୍ ହେବା ବହୁତ ସମ୍ଭାବନା ଅଛି । କିନ୍ତୁ ରିଲିଆନ୍ସ କ୍ୟାପିଟାଲ କ୍ରେଡିଟର୍ସ ୧୦,୦୦୦ କୋଟି ଟଙ୍କା ପାଇଁ ଡାକ ରଖିଥିଲେ ହେଲେ ହିନ୍ଦୁଜା ଗ୍ରୁପ ଯେତିକି ଟଙ୍କା ଡାକ ଦେଇଥିଲେ ତାହା ରିଲାଏନ୍ସ କ୍ୟାପିଟାଲର ମୂଲ୍ୟ ଠାରୁ କମ୍ ଥିଲା । ରିଲାଏନ୍ସ କ୍ୟାପିଟାଲ ବର୍ତମାନ ୨୩,୬୬୬ କୋଟି ଟଙ୍କାର ଋଣରେ ବୁଡି ରହିଛି । ହେଲେ ଋଣଦାତାଙ୍କ କହିବା ଅନୁସାରେ ଏହା ୪୦,୦୦୦ କୋଟିର ଋଣଥିଲା ।

ଅଶୋକ ହିନ୍ଦୁଜା କହିଛନ୍ତି ଯେ ରିଲିଆନ୍ସ କ୍ୟାପିଟାଲ୍ ହିନ୍ଦୁଜା ଗ୍ରୁପକୁ ଆସିଲେ ଜୀବନ ବୀମା, ସାଧାରଣ ବୀମା ଏବଂ ସ୍ୱାସ୍ଥ୍ୟ ବୀମା ଭଳି ସ୍ଥାନକୁ ଆସିଯିବ । ଏହା ହେଲେ କମ୍ପାନୀର ପରିସର ବହୁତ ମାତ୍ରାରେ ବୃଦ୍ଧି ପାଇବ ।
ହିନ୍ଦୁଜାଗ୍ରୁପ ଆଗାମୀ ୫ ରୁ ୭ବର୍ଷ ମଧ୍ୟରେ ବ୍ୟାଙ୍କିଙ୍ଗ୍, ଆର୍ଥିକ ସେବା ଏବଂ ବୀମା କ୍ଷେତ୍ରରେ ୩୫-୪୦ ବିଲିୟନ୍ ଡଲାର୍ ମୂଲ୍ୟ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛି ।