ଜେଲରୁ ମୁକୁଳିଲେ ହେମନ୍ତ ସୋରେନ: ଜମି ଦୁର୍ନୀତି ମାମଲାରେ ହାଇକୋର୍ଟରୁ ମିଳିଥିଲା ଜାମିନ

107

କନକ ବ୍ୟୁରୋ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜମି ଦୁର୍ନୀତି ମାମଲାରେ ଜାମିନ ମିଳିଛି । ତାଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରୁ ଜାମିନ ମିଳିଛି । ପାଖାପାଖି ୫ ମାସ ପରେ ହେମନ୍ତ ସୋରେନ ଆଜି ଜେଲରୁ ମୁକୁଳିଛନ୍ତି । ଜାନୁଆରୀ ୩୧ତାରିଖରେ ହେମନ୍ତ ସୋରେନଙ୍କୁ ଗିରଫ କରାଯାଇଥିଲା । ହେମନ୍ତ ସୋରେନଙ୍କ ବିରୋଧରେ ୮.୪୨ ଏକର ଜମି ଦୁର୍ନୀତି ଅଭିଯୋଗ ରହିଛି । ଏବେ ହାଇକୋର୍ଟଙ୍କ ନିଷ୍ପତିକୁ ଇଡି ସୁୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିପାରେ ।

ଜାନୁଆରୀ ୩୧ରେ ହେମନ୍ତ ସୋରେନ ଗିରଫ ହୋଇଥିଲେ
ଗିରଫ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ
ଜମି ଦୁର୍ନୀତି ମାମଲାରେ ଇଡି ତାଙ୍କୁ ଗିରଫ କରିଥିଲା
ସାଢ଼େ ୮ ଏକର ଜମି ଦଖଲ କରିବା ପାଇଁ କର୍ତ୍ତୃପକ୍ଷଙ୍କ ସହାୟତା ନେଇଥିଲେ
ଜମି ଭୂମିହୀନ କୋଟାର, ଯାହାକୁ କେହି କିଣି ବିକ୍ରି କରିପାରିବେ ନାହିଁ
ଏହା ସତ୍ତେ୍ୱ ହେମନ୍ତ ୨୦୧୦ରେ ଏହାକୁ ବେଆଇନ ଭାବେ ଦଖଲ କରିଥିଲେ
ହେମନ୍ତ ସୋରେନ କ୍ଷମତାକୁ ଆସିବା ପରେ ସ୍ଥାନୀୟ ଅଧିକାରୀଙ୍କ ଜରିଆରେ ହାତେଇଥିଲେ
ହାଇକୋର୍ଟରେ ହେମନ୍ତଙ୍କ ଓକିଲ ଇଡିର ଏହି ଅଭିଯୋଗକୁ ମିଥ୍ୟା ବୋଲି କହିଥିଲେ
ଜମି ସହ ହେମନ୍ତଙ୍କର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି
ଶୁଣାଣି ବେଳେ ଇଡି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଜଡ଼ିତ ଲୋକଙ୍କ ହ୍ୱାଟ୍ସଆପ୍ ଚାଟ୍ ଏବଂ ରାଜସ୍ୱ ଅଧିକାରୀ ଭାନୁ ପ୍ରତାପ ପ୍ରସାଦଙ୍କ ବୟାନ ଦାଖଲ କରିଥିଲା
ଗତ ୨୭ରେ ଝାଡ଼ଖଣ୍ଡ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ହେମନ୍ତ
ନିର୍ବାଚନ ବେଳେ ହେମନ୍ତ ସୋରେନ ଅନ୍ତରୀଣ ଜାମିନ ପାଇଁ ସୁପ୍ରିମକୋର୍ଟରେ ପହଂଚିଥିଲେ
ନିମ୍ନ ଅଦାଲତ ଏହି ମାମଲାରେ ଚାର୍ଜସିଟ୍ ଗ୍ରହଣ କରିଥିବା ନେଇ ସୋରେନ ଆବେଦନରେ ପ୍ରକାଶ କରିନଥିଲେ
ପରେ ସୁପ୍ରିମକୋର୍ଟ ସୋରେନଙ୍କ ଆବେଦନକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ