ରାଜ୍ୟରେ ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି : ଦିନ ସାଢେ ୧୧ ସୁଦ୍ଧା ୪୦ ଡିଗ୍ରୀ ଉପରେ ୪ ସହର

1,053

କନକ ବ୍ୟୁରୋ : ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି । ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ୪୩.୪ ଡିଗ୍ରୀ ପାରଦ ରେକର୍ଡ ହୋଇଥିବା ବେଳେ ସମ୍ବଲପୁରର ତାପମାତ୍ରା ରହିଛି ୪୨.୪ ଡିଗ୍ରୀ । ସେହିପରି ଭୁବନେଶ୍ୱର ତାପାମାତ୍ର ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି । ଗ୍ରୀଷ୍ମ ପ୍ରବାହ ନେଇ କଟକ ଭୁବନେଶ୍ୱରକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଟୁଇନ ସିଟିରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ ।

ଏହି ସମୟରେ ଛୋଟ ପିଲା, ବୟସ୍କ ଓ ରୋଗୀ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତନ ହେବାର ସମ୍ଭାବନା ନାହିଁ । ୧୮ ତାରିଖ ଯାଏଁ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ଏହି ସମୟରେ କିଛି କିଛି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୬ରୁ ୭ ଡିଗ୍ରୀ ଅଧିକ ରେକର୍ଡ ହେବା ସମ୍ଭାବନା ରହିଛି । ଏହା ପରେ ତାତି କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏବେ ନଜର ପକାନ୍ତୁ ଦିନ ୧୧ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ ହୋଇଥିବା ତାପମାତ୍ରା ଉପରେ ।

କେଉଁଠି ପାରଦ କେତେ?
(ଦିନ ୧୧ଟା ୩୦ ସୁଦ୍ଧା)

ଝାରସୁଗୁଡ଼ା-୪୩.୪ ଡିଗ୍ରୀ
ସମ୍ବଲପୁର- ୪୨.୪ ଡିଗ୍ରୀ
ହୀରାକୁଦ- ୪୧.୬ ଡିଗ୍ରୀ
ଭୁବନେଶ୍ୱର- ୪୧.୬ ଡିଗ୍ରୀ
କେନ୍ଦୁଝର- ୩୯ ଡିଗ୍ରୀ
ଚାନ୍ଦବାଲି- ୩୮.୪ ଡିଗ୍ରୀ
ଗୋପାଳପୁର- ୩୭.୫ ଡିଗ୍ରୀ
ବାଲେଶ୍ୱର- ୩୬.୨ ଡିଗ୍ରୀ
ପୁରୀ- ୩୬ ଡିଗ୍ରୀ
ପାରାଦୀପ- ୩୩.୬ ଡିଗ୍ରୀ

ପଶ୍ଚିମ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହେଉଥିବା ବେଳେ ଉପକୂଳରେ ଅସହ୍ୟ ଗୁଳୁଗୁଳି ହେଉଛି । ବିଭିନ୍ନ ସ୍ଥାନରେ ଅନୁଭୂତ ହେଇଥିବା ଆର୍ଦ୍ରତା ଉପରେ ।

କେଉଁଠି ଆର୍ଦ୍ରତା କେତେ?
(ଦିନ ୧୧ଟା ୩୦ ସୁଦ୍ଧା)
ପାରାଦୀପ- ୮୦%
ପୁରୀ- ୭୪ %
ବାଲେଶ୍ୱର- ୬୯%
ଚାନ୍ଦବାଲି- ୫୫%
ଭୁବନେଶ୍ୱର-୩୮%
କେନ୍ଦୁଝର- ୩୬%
ହୀରାକୁଦ-୩୨%
ସମ୍ବଲପୁର-୩୧%
ଝାରସୁଗୁଡ଼ା- ୨୧%