ମାର୍ଚ୍ଚ ଆରମ୍ଭରୁ ମୁଣ୍ଡଫଟା ଖରା : ୩୮ ଡିଗ୍ରୀ ଟପିଲା ୫ ସହରରେ ତାପମାତ୍ରା; ପ୍ରବଳ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

110

କନକ ବ୍ୟୁରୋ : ପ୍ରଚଣ୍ଡ ଖରାରେ ସିଝୁଛି ଓଡ଼ିଶା । ସ୍ୱାଭାବିକଠାରୁ ୩ ଡିଗ୍ରୀ ଉପରେ ରହୁଛି ପାରଦ । ଗତକାଲି ରାଜ୍ୟର ୫ ସହରର ତାପମାତ୍ରା ୩୮ ଡିଗ୍ରୀ ପାର କରିଥିଲା । ୩୮ ଦଶମିକ ୮ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ହୋଇଥିଲା ତାଳଚେର । ଏହା ପରେ ରହିଥିଲା ରାଜଧାନୀ ଭୁବନେଶ୍ୱର । ରାଜଧାନୀର ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଦଶମିକ ୪ ଡିଗ୍ରୀ ରେକର୍ଡ କରାଯାଇଛି ।

ଅନୁଗୁଳରେ ୩୮ ଦଶମିକ ୧, ଝାରସୁଗୁଡ଼ା ଓ ଭଦ୍ରକରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏବେ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହୁଥିବା ବେଳେ ବାୟୁମଣ୍ଡଳର ଆଦ୍ରତା କମ୍ ରହିଛି । ଫଳରେ ରାଜ୍ୟର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହୁଛି । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଅନ୍ୟପଟେ ୭ ଓ ୮ ତାରିଖ ଦିନ ପଶ୍ଚିମା ଝଡ଼ ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।