ଉତ୍ତରପ୍ରଦେଶ ପରେ ବିହାରରେ ମଧ୍ୟ ଭୀଷଣ ତାତି ଯୋଗୁଁ ୪୪ଜଣଙ୍କ ମୃତ୍ୟୁ । ୫ ରାଜ୍ୟରେ ଆଲର୍ଟ ଜାରି

151

କନକ ବ୍ୟୁରୋ: ଉତ୍ତରପ୍ରଦେଶଠାରୁ ଆରମ୍ଭ କରି ବିହାର ସବୁଠି ପ୍ରଚଣ୍ଡ ଖରାରେ କଲବଲ ଲୋକେ । ୟୁପି ବଲିୟାରେ ହିଟ୍ ୱେଭ୍ ଯୋଗୁଁ ୫୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବିହାରରେ ମଧ୍ୟ ୪୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ୫ଟି ରାଜ୍ୟରେ ଭୀଷଣ ଗରମକୁ ଦୃଷ୍ଟିରେ ରଖି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଗୋଟେପଟେ ଗୁଜୁରାଟ ଓ ରାଜସ୍ଥାନରେ ଭୀଷଣ ବର୍ଷା ହେଉଥିବାବେଳେ ଉତ୍ତରପ୍ରଦେଶ ଓ ବିହାରରେ ନାହିଁନଥିବ ଖରା । ଏହି ୨ ରାଜ୍ୟରେ ହିଟ୍ ୱେଭ୍ ମୃତ୍ୟୁର ରୂପ ନେଇ ଆସିଛି । ୟୁପି ବଲିୟାରେ ୭୨ ଘଣ୍ଟାରେ ୫୪ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ବିହାରରେ ଗତ ୨୪ ଘଣ୍ଟାରେ ୪୪ଜଣ ଲୋକ ପ୍ରାଣ ହରାଇଥିବା ଜଣାପଡିଛି । ଏହା ମଧ୍ୟରେ ୫ ରାଜ୍ୟରେ ହିଟୱେଭ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।