ରତ୍ନ ପଥର ପାଇଁ ହତ୍ୟା । ବଲାଙ୍ଗୀରରେ ହାବିଲଦାର ଶଙ୍କରଭାନୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ୬ଅଭିଯୁକ୍ତ ଗିରଫ ।

474

କନକ ବ୍ୟୁରୋ: ବଲାଙ୍ଗୀରରେ ହାବିଲଦାରଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ । ରତ୍ନପଥର କାରବାର ପାଇଁ ହାବିଲଦାରଙ୍କୁ କରାଯାଇଛି ହତ୍ୟା । ଗତ ମେ’ ୧୭ ତାରିଖରେ ବଲାଙ୍ଗୀର ରେଳ ଷ୍ଟେସନ୍ ନିକଟ ଇନ୍ଦ୍ରପସ୍ଥ ହୋଟେଲରୁ ହାବିଲଦାର ଶଙ୍କରଭାନୁ ବେହେରାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଘଟଣାରେ ସଂପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଛି ।

ମୃତ ପୋଲିସ କର୍ମଚାରୀ ଓ ଅଭିଯୁକ୍ତମାନେ ବହୁ ଦିନ ହେବ ରତ୍ନପଥର କାରବାରରେ ଜଡ଼ିତ ଥିଲେ । ଅଧିକ ଦାମ୍ ପାଇବା ପାଇଁ ସୁରତରୁ ଆସୁଥିବା ପଥରକୁ ମହାନଦୀ ଅବବାହିକାର ପଥର କହି ରୋଜଗାର କରୁଥିଲେ । ମେ’ ୧୬ ତାରିଖରେ ଇନ୍ଦ୍ରପସ୍ଥ ହୋଟେଲରେ କିଛି ଅଣଓଡ଼ିଆ ବ୍ୟବସାୟୀ ଭଡାରେ ରହୁଥିଲେ । ଶଙ୍କରଭାନୁ ବେହେରା ସେଠାକୁ ଆସିଥିଲେ । ପଥରର ମୂଲ୍ୟକୁ ନେଇ ସେମାନଙ୍କ ମଧ୍ୟ ବଚସା ହୋଇଥିଲା । ଅଭିଯୁକ୍ତମାନେ ଶଙ୍କରଙ୍କୁ ନିର୍ଯାତନା ଦେବାକୁ ତାଙ୍କର ମୃତ୍ୟୁ ହୋଇଥିଲା ।