ହାଇକୋର୍ଟ ଗଲେ ବଲିଉଡ ସିଙ୍ଗର ସୌରିନ ଭଟ୍ଟ : ଗିରଫଦାରୀ ଏଡାଇବାକୁ ଆଗୁଆ ଜାମିନ ଆବେଦନ

140

କନକ ବ୍ୟୁରୋ : ହାଇକୋର୍ଟ ଗଲେ ବଲିଉଡ ସିଙ୍ଗର ସୌରିନ ଭଟ୍ଟ । ଗିରଫଦାରୀ ଏଡାଇବାକୁ ସୌରିନ ଭଟ୍ଟ ଉଚ୍ଚନ୍ୟାୟଳୟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ତାଙ୍କ ନାଁରେ କଟକ ମହିଳା ଥାନାରେ ଦୁଷ୍କର୍ମ ଅଭିଯୋଗ ରହିଛି । ଜଣେ ଯୁବତୀଙ୍କ ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରିଛି । ନୋଟିସ ସତ୍ୱେ ଏଯାଏଁ ସୌରିନ ଥାନାରେ ହାଜର ହୋଇ ନାହାନ୍ତି । ପୋଲିସ ତାଙ୍କୁ ଜେରା କରିବା ପାଇଁ ପଶ୍ଚିମବଙ୍ଗ ଯାଇଥିଲା, ସେଠାରେ ସୌରିନ ନଥିଲେ ପରିବାର ଲୋକଙ୍କୁ ପଚରାଉଚରା କରି ଫେରି ଆସିଛି ପୋଲିସ ।