ନୋଏଡା ପରେ ଏବେ ଗୁରୁଗ୍ରାମରେ ସିକ୍ୟୁରିଟି ଗାର୍ଡଙ୍କୁ ନିଘାତ ମାଡ, ଅଭିଯୁକ୍ତ ଗିରଫ

324

କନକ ବ୍ୟୁରୋ : ନୋଏଡାରେ ଜେଣ ସୁରକ୍ଷା କର୍ମୀଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଥିବା ବେଳେ ଏବେ ସମାନ ଘଟଣା ଦେଖିବାକୁ ମିଳିଛି ହରିଆଣାର ଗୁରୁଗ୍ରାମରେ । ଏଠାରେ ଜଣେ ବ୍ୟବସାୟୀ ସୁରକ୍ଷା କର୍ମୀଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ହେଲେ ଏବେ ସେଠାରେ ଥିବା ସମସ୍ତ ସୁରକ୍ଷା କର୍ମୀ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ବିଧାନ କରିବା ଦାବିରେ ଧାରଣାରେ ବସିଛନ୍ତି । ଏଭଳି ଘଟଣା ଗୁରୁଗ୍ରାମରେ ଥିବା ନିର୍ବାଣା କଣ୍ଟ୍ରିରେ ଥିବା ଦ କ୍ଲୋଜ ନର୍ଥ ସୋସାଇଟିରେ ଦେଖିବାକୁ ମିଳିଛି । ପୁରା ଘଟଣାର ଭିଡିଓ ଲିଫ୍ଟ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ସୂଚନା ମୁତାବକ ଦ କ୍ଲୋଜ ନର୍ଥ ସୋସାଇଟିରେ ରହୁଥିବା ବ୍ୟବସାୟୀ ବରୁଣ ନାଥ ୧୪ ମହଲାରୁ ତଳକୁ ଲିଫ୍ଟ ସହାୟତାରେ ଆସୁଥିବା ବେଳେ ହଠାତ୍ ଲିଫ୍ଟଟି ଖରାପ ହୋଇଯାଇଥିଲା । ଏହାପରେ ଲିଫ୍ଟରେ ଲାଗିଥିବା ଇଣ୍ଟରକମ୍ ଫୋନ ସହାୟତାରେ ସେ ସିକ୍ୟୁରିଟି ଗାର୍ଡଙ୍କୁ ଫୋନ କରିଥିଲେ । ସିକ୍ୟୁରିଟି ଗାର୍ଡ ଲିଫ୍ଟମ୍ୟାନ ସହାୟତାରେ ୫ ମିନିଟ ମଧ୍ୟରେ ବରୁଣଙ୍କୁ ଲିଫ୍ଟରୁ ବାହାର କରିଥିଲେ । ହେଲେ ଲିପ୍ଟରୁ ବାହାରିବା ପରେ ବରୁଣ ଡେରି ହୋଇଥିବା ଅଭିଯୋଗ କରି ସିକ୍ୟୁରିଟି ଗାର୍ଡଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ନିର୍ଘାତ ପିଟିଥିଲେ । ଏନେଇ ଅଭିଯୋଗ ହେବା ପରେ ଗୁରୁଗ୍ରାମ ପୋଲିସ ଘଟଣା ସ୍ଥଳରେ ପହଂଚି ବରୁଣଙ୍କୁ ଗିରଫ କରିଛି ।

ଏହାପରେ ସୋସାଇଟର ସମସ୍ତ ସୁରକ୍ଷା କର୍ମୀ କାମ ବନ୍ଦ କରିଦେଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି କି, ସେମାନେ ଦିନ ରାତି ପରିଶ୍ରମ କରି ସୋସାଇଟରେ ରହୁଥିବା ଲୋକଙ୍କ ସେବା କରୁଛନ୍ତି । ହେଲେ ସୋସାଇଟିର କିଛି ଲୋକ ତାଙ୍କୁ ଗୋଲାମ ଭଳି ବ୍ୟବହାର କରୁଛନ୍ତି ।