ଟିକସ ଠକେଇ : ଦାସ ଟାଇଲ୍ସ ଏବଂ ମାର୍ବଲ ଦୋକାନରେ ଜିଏସଟି ରେଡ୍

494

କନକ ବ୍ୟୁରୋ : ସୁନ୍ଦରଗଡ଼ ଟାଉନ ଥାନା ପତ୍ରପାଲି ଛକରେ ଥିାବ ଦାସ ଟାଇଲସ୍ ଏବଂ ମାର୍ବଲ ଦୋକାନରେ ଜିଏସଟଇ ରେଡ ହୋଇଛି । ଟ୍ୟାକ୍ସ ଫାଙ୍କିବା ଅଭିଯୋଗ ଜିଏସଟି ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ଚଢାଉ କରାଯାଇଛି । ଦୋକାନର କାଜଗତପତ୍ର ସହ ହିସାବ କିତାବ ଖାତା ଜବତ କରଯାଇଛି । ଝାରସୁଗୁଡା ଜିଏସଟି ଏନଫୋର୍ସମେଂଟ ଟିମର ଡେପୁଟି କିମଶନର ସତୀଶ ଜାଲଙ୍କ ନେତୃତ୍ୱରେ ଚଢାଉ କରାଯାଇଛି ।

ଗତତାଲି ଦିନ ୧୧ଟାରୁ ଝାରସୁଗୁଡ଼ା ବାଣିଜ୍ୟକର ବିଭାଗର ଉପ ଆୟୁକ୍ତ ସତୀଶ ରଞ୍ଜନ ଜାଲଙ୍କ ନେତୃତ୍ବରେ ୧୫ ଜଣିଆ ଟିମ ମାଲିକ ଦେବାଶିଷ ଦାଶଙ୍କ ଉପସ୍ଥିତିରେ ଏକକାଳୀନ ଚଢଉ କରିଥିଲେ । ସନ୍ଧ୍ୟା ସାଢ଼େ ୭ଟା ଚଢ଼ଉ କରି ବହୁ କାଗଜପତ୍ର ଜବତ କରି ଟିମ୍ ଫେରି ଯାଇଛନ୍ତି । ଯାଞ୍ଚ ପରେ କେତେ ଟଙ୍କାର ଟିକସ ଫାଙ୍କି ହୋଇଛି, ତାହା ଜଣାପଡ଼ିବ ବୋଲି ବାଣିଜ୍ୟକର ବିଭାଗର ଅତିରିକ୍ତ ଆୟୁକ୍ତ ସତୀଶ ରଞ୍ଜନ ଜାଲ କହିଛନ୍ତି ।