ବଡ଼ ଧରଣର ଟ୍ରେନ ଦୁର୍ଘଟଣା : ମାଲବାହୀ ଟ୍ରେନ ଲାଇନଚ୍ୟୁତ; ୩ଜଣଙ୍କ ମୃତ୍ୟୁ,ଏକାଧିକ ଆହତ 

398

କନକ ବ୍ୟୁରୋ : ଯାଜପୁର କୋରେଇରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା । ଭଦ୍ରକରୁ କଟକ ଯିବା ବେଳେ କୋରେଇ ଷ୍ଟେସନରେ ମାଲବାହୀ ଗାଡ଼ିର ୧୦ଟି ବଗି ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଯାତ୍ରୀ ବିଶ୍ରାମାଗାର ଉପରକୁ ମାଡ଼ି ଯିବାରୁ ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ବଗି ତଳେ ଅନେକ ଲୋକ ଚାପି ହୋଇ ରହିଥିବା ସୂଚନା ରହିଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।