ଗୋଟିଏ ରାତିରେ ଲୁଟିନେଲେ ୧୦ ମନ୍ଦିରରୁ ସୁନା ଗହଣା । ବାଲେଶ୍ୱର ସିଂଲା ଥାନା ଅଞ୍ଚଳରେ ମନ୍ଦିରରୁ ସିରିଜ ଲୁଟ୍ ।

120

କନକ ବ୍ୟୁରୋ: ବାଲେଶ୍ୱର ସିଂଲା ଥାନାର ବିଭିନ୍ନ ଅଞ୍ଚଳରୁ ସିରିଜ୍ ଲୁଟ୍ । ବିଳମ୍ବିତ ରାତିରେ ପ୍ରାୟ ୧୦ଟି ମନ୍ଦିରରୁ ଲୁଟପାଟ କରିଛନ୍ତି ଦୁର୍ବୃତ୍ତ । ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ମନ୍ଦିରରେ ପଶି ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି । ୪ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ସବୁ ହରିଲୁଟ କରିନେଇଛନ୍ତି । ସିଂଲା ଥାନାର ହର ପାର୍ବତୀ ମନ୍ଦିର, ହନୁମାନ ମନ୍ଦିର, ଲକ୍ଷ୍ମୀ ନାରାୟଣ ମନ୍ଦିର , ସାର୍ଥା ଅଞ୍ଚଳର ୪ଟି ଶିବ ମନ୍ଦିର, ଶନି ମନ୍ଦିର ଓ ତାରିଣୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ମାନେ । ସକାଳେ ମନ୍ଦିର ପୂଜକ ମନ୍ଦିର ତାଲା ଭାଙ୍ଗି ଲୁଟପାଟ ହୋଇଥିବା ଦେଖି ପୁଲିସକୁ ଜଣାଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଏହି ସିରିଜ ଲୁଟର ତଦନ୍ତ ଆରମ୍ଭ କରିଛି । ସେହିଭଳି ଏହି ଅଞ୍ଚଳରେ ଚୋରି ବୃଦ୍ଧି ପାଉଥିବାରୁ ପାଟ୍ରୋଲିଂ କଡାକଡି କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।