ରେଳଯାତ୍ରୀଙ୍କ ପାଇଁ ଖୁସିଖବର । ଏବେ ଜେନେରାଲ ବଗି ଯାତ୍ରୀଙ୍କୁ ମିଳିବ ଇକୋନମିକ ମିଲ୍, ୨୦ ଟଙ୍କାରେ ମିଲ ତ ୩ଟଙ୍କାରେ ପାଣି

969

କନକ ବ୍ୟୁରୋ : ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର । ଏବେ ଟ୍ରେନର ଜେନେରାଲ କୋଚରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ସୁବିଧା ଓ ଶସ୍ତାରେ ଖାଦ୍ୟ ଓ ପାନୀୟ ଯୋଗାଇ ଦେବ ରେଳ ବିଭାଗ । ଷ୍ଟେସନର ପ୍ଲାଟଫର୍ମ ନିକଟରେ ଯେତେବେଳେ ଟ୍ରେନ ଲାଗିବ ସେତେବେଳେ ଜେନେରାଲ କୋଚ ଆଗରେ ଯାତ୍ରୀମାନଙ୍କ ପାଇଁ ଇକୋନମିକ୍ ମିଲ୍ ଓ ପାଣିର ଷ୍ଟଲ ଲାଗିବ । ଏହି ଷ୍ଟଲରେ ଯାତ୍ରୀଙ୍କ ଶସ୍ତାରେ ମିଲ୍ ଓ ପାଣି ଯୋଗାଇ ଦିଆଯିବ ।

ସୂଚନା ଥାଉକି ଜେନେରାଲ କୋଚରେ ଯାତ୍ରା କରୁଥିବା ଯାତ୍ରୀମାନେ ସର୍ବଦା ଖାଦ୍ୟ ଓ ପାନୀୟ ପାଇଁ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି । ଏହାକୁ ନଜରରେ ରଖି ଭାରତୀୟ ରେଳ ବିଭାଗ ଏବେ ଶସ୍ତାରେ ଖାଦ୍ୟ ଓ ପାଣିର ବ୍ୟବସ୍ଥା କରିବାକୁ ଯାଉଛି । ଏନେଇ ମିଲ୍ ଓ ପାଣି ବୋତଲର ଦାମ ସ୍ଥିର କରିଛି ରେଳ ବିଭାଗ । ଏହି କ୍ରମରେ ସାଧାରଣ କୋଚରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଷ୍ଟେସନ ପ୍ଲାଟଫର୍ମ ନିକଟରେ ୨୦ ଟଙ୍କାରେ ମିଲ୍ ଓ ୩ ଟଙ୍କାରେ ୧ଲିଟର ପାଣି ଯୋଗାଇ ଦିଆଯିବ ।