ସୂଚନା ଓ ଲୋକସମ୍ପର୍କ ବିଭାଗ ହ୍ୱାଟ୍ସଆପ୍ ଗ୍ରୁପରୁ ବିଦା ହେଲେ ନିରଞ୍ଜନ ସେଠୀ
ମାନସ ମୃତ୍ୟୁ ମାମଲାରେ ଗିରଫ ହୋଇଛନ୍ତି ପୂର୍ବତନ ଓଆଇଏସ; ଗିରଫ ହେବାର ଏତେ ଦିନ ପର୍ଯ୍ୟନ୍ତ କାହିଁକି ଗ୍ରୁପରେ ରଖାଯାଇଥିଲା ତାକୁ ନେଇ ଉଠିଲା ପ୍ରଶ୍ନ
କନକ ବ୍ୟୁରୋ : ସୂଚନା ଓ ଲୋକସମ୍ପର୍କ ବିଭାଗ ହ୍ୱାଟ୍ସଆପ୍ ଗ୍ରୁପରୁ ବିଦା ହେଲେ ନିରଞ୍ଜନ ସେଠୀ । ମାନସ ମୃତ୍ୟୁ ମାମଲାରେ ଗିରଫ ହୋଇଛନ୍ତି ପୂର୍ବତନ ଓଆଇଏସ୍ ନିରଞ୍ଜନ ସେଠୀ । ଗିରଫର ଏତେ ଦିନ ପରେ ବି କାହିଁକି ତାଙ୍କୁ ଗ୍ରୁପରେ ରଖାଯାଇଥିଲା । କାହିଁକି ତାଙ୍କୁ ଗ୍ରୁପରୁ ବିଦା କରାଯାଇଥିଲା ? ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ମାନସ ହତ୍ୟା ମାମଲାରେ ନିରଞ୍ଜନ କେବଳ ଷଡଯନ୍ତ୍ରକାରୀ ନୁହଁନ୍ତି, ଅପହରଣ ଠାରୁ ହତ୍ୟା ଏବଂ ହତ୍ୟା ପରେ ମୃତଦେହକୁ ଗାତଖୋଳି ପୋତି ଦେବା ପର୍ଯ୍ୟନ୍ତ ସବୁକିଛିରେ ତାଙ୍କର ପ୍ରତ୍ୟକ୍ଷ ସଂପୃକ୍ତି ଥିବା ପୁଲିସ କହିଛି । ସୂଚନା ଓ ଲୋକସଂପର୍କ ବୈଷୟିକ ନିର୍ଦ୍ଦେଶକ ଥିବା ବେଳେ ଶର୍ମିଷ୍ଠାଙ୍କ ୱେବ ଚ୍ୟାନେଲକୁ ଅହେତୁକ ଅନୁକମ୍ପା ଦେଖାଇଥିବା ମଧ୍ୟ ନିରଞ୍ଜନ ସେଠୀଙ୍କ ବିରୋଧରେ ଅଭିଯୋଗ ରହିଛି ।