୫ ମାସ ପରେ ଜେଲରୁ ମୁକୁଳିଲେ ଝାଡଖଣ୍ଡ ପୂର୍ବ ମୁଖ୍ୟମନ୍ତ୍ରୀ । ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଜାମିନ

96

କନକ ବ୍ୟୁରୋ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ୍ ନେତା ହେମନ୍ତ ସୋରେନ ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ପାଇଛନ୍ତି ଜାମିନ । କୋର୍ଟରେ ଯୁକ୍ତି ବାଢିବା ସମୟରେ, ସୋରେନ୍ ରାଞ୍ଚିରେ ବେଆଇନ ଭାବେ ସାଢେ ୮ ଏକର ଜମି ହଡ଼ପ କରିଥିବା ଅଭିଯୋଗ କରିଥିଲା ଇଡି। ଅଭିଯୋଗ ଥିଲା ଯେ, ସେ ଜମି ଜାଲିଆତି ପାଇଁ ତାଙ୍କ ପଦବୀର ଦୂରୁପଯୋଗ କରିଥିଲେ ।

ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରି, ସୋରେନଙ୍କ ଗିରଫଦାରୀ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ମିଥ୍ୟା ମାମଲାରେ କରାଯାଇଛି ବୋଲି ହେମନ୍ତ ସୋରେନଙ୍କ ଓକିଲ ଯୁକ୍ତି ବାଢିଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ସୋରେନଙ୍କୁ ବେଲ୍ ପ୍ରଦାନ କରିଛନ୍ତି ।

ଗିରଫ ହେବାଠାରୁ ଜାମିନ ପାଇବା ଯାଏଁ …

  • ଜାନୁଆରୀ ୩୧ରେ ଜମି ଦୁର୍ନୀତି ମାମଲାରେ ଇଡି କରିଥିଲା ଗିରଫ
  • ଏହାପୂର୍ବରୁ ସୋରେନଙ୍କୁ ୯ ଥର ସମନ ଜାରି କରିଥିଲା ଇଡି
  • ସାଢ଼େ ୮ ଏକର ଜମି ଦୁର୍ନୀତି ନେଇ ଇଡି କରିଥିଲା ମାମଲା ଦାଏର
  • ହାଇକୋର୍ଟରେ ହେମନ୍ତଙ୍କ ଓକିଲ ଇଡି ଅଭିଯୋଗକୁ ମିଥ୍ୟା ବୋଲି କହିଥିଲେ
  • ଜମି ସହ ହେମନ୍ତଙ୍କର କୌଣସି ସମ୍ପର୍କ ନାହିଁ ବୋଲି ଦର୍ଶାଇଥିଲେ
  • ଗତ ୨୭ରେ ଝାଡ଼ଖଣ୍ଡ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ହେମନ୍ତ
  • ହେମନ୍ତ ସୋରେନ ଅନ୍ତରୀଣ ଜାମିନ ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ
  • ଇଡି ହେପାଜତରେ ଥିବାବେଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ
  • ଘନିଷ୍ଠ ସହଯୋଗୀ ଚମ୍ପାଇ ସୋରେନଙ୍କୁ କରିଥିଲେ ମୁଖ୍ୟମନ୍ତ୍ରୀ

ତେବେ ବର୍ତ୍ତମାନ, ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପୂର୍ବରୁ ହେମନ୍ତ ସୋରେନଙ୍କୁ ଜାମିନ ମିଳିବା ଦଳ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର।