ଭଦ୍ରକରେ ବନ୍ୟା ସ୍ଥିତି ଜାରି : ବିପଦ ସଙ୍କେତ ଉପରେ ପ୍ରବାହିତ ବନ୍ୟାପାଣି; ଜଳବନ୍ଦୀ ହୋଇଥିବା ୮ ଜଣଙ୍କୁ ଉଦ୍ଧାର

113

କନକ ବ୍ୟୁରୋ : ଏବେ ବି ଭଦ୍ରକରେ ବନ୍ୟା ସ୍ଥିତି ଜାରି ରହିଛି । ଏବେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି । ଆଖୁଆପଦା ନିକରେ ବିପଦ ସଙ୍କେତ ୧୭ ଦଶମିକ ୮୩ ରହିଥିବା ବେଳେ ସକାଳ ୭ଟା ସୁଦ୍ଧା ୧୮. ୩୮ ମିଟର ପାଣି ପ୍ରବାହିତ ହେଉଛି । ଏନଡିଆରଏଫ ଟିମ ଧାମନଗର ଫଳପୁରରେ ଜଳବନ୍ଦୀ ହୋଇଥିବା ୮ ଜଣଙ୍କୁ ଉଦ୍ଧାର କରିଛନ୍ତି । ଅନେକ ପଞ୍ଚାୟତ ଏବେ ବି ଜଳବନ୍ଦୀ ହୋଇ ରହିଛି ।

ସାଳନ୍ଦୀ ନଦୀରେ ପାଣି ଆସିବାରୁ ଭଦ୍ରକର ବ୍ଲକର ଦୁଇଟି ପଞ୍ଚାୟତ ପ୍ରଭାବିତ ହୋଇଛି । ଭଣ୍ଡାରୀପୋଖରୀ ବ୍ଲକ ଓ ଧାମନଗର ବ୍ଲକର ଅନେକ ସ୍ଥାନ ଓ ଗାଁ ଜଳବନ୍ଦୀ ହୋଇଛି । ସେପଟେ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଭଦ୍ରକ-ଆରଡି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଉପର ମୁଣ୍ଡରୁ ଜଳସ୍ତର କମୁଛି । ଲଗାଣ ବର୍ଷା ଓ ନଦୀର ଜଳସ୍ତର ବଢିବାରୁ ଧୁଷିରୀ, ଅସୁରାଳି, କଶିମପୁର, ହାସନାବାଦ. ପଙ୍ଗଟା, ଫଳପୁରକ, ଆଦି ପଞ୍ଚାୟତ ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ଏନଡିଆରଫ, ଓଡ୍ରାଫ ଓ ଅଗ୍ନିସମ ବାହିନୀ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ।