ଭୁବନେଶ୍ୱରରୁ ଉତକେଲାକୁ ବିମାନ ସେବା ଆରମ୍ଭ : ଭର୍ଚୁଆଲରେ ଶୁଭାରମ୍ଭ କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ; ଫ୍ଲାଗଅପ୍ କଲେ ମୁଖ୍ୟମନ୍ତ୍ରୀ

141

କନକ ବ୍ୟୁରୋ : ଭୁବନେଶ୍ୱରରୁ ଉତକେଲାକୁ ଆରମ୍ଭ ହେଲା ବିମାନ ସେବା । ଭର୍ଚୁଆଲରେ ଶୁଭାରମ୍ଭ କଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଭୁବନେଶ୍ୱରରେ ଫ୍ଲାଗଅପ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ବିମାନବନ୍ଦରରୁ ଛାଡ଼ିଲା ପ୍ରଥମ ବିମାନ ।

ଉତକେଲାରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ରାଜ୍ୟ ସଭା ସାଂସଦ ସୁଜିତ କୁମାର ଓ ସ୍ଥାନୀୟ ବିଧାୟକ ପ୍ରଦୀପ୍ତ ନାଏକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅନ୍ୟପକ୍ଷରେ ବହୁପ୍ରତୀକ୍ଷିତ ବିମାନ ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ କଳାହାଣ୍ଡିବାସୀଙ୍କ ଅଧୁରା ସ୍ୱପ୍ନ ମଧ୍ୟ ପୂରଣ ହେବ । ଆଉ ଏହାକୁ ନେଇ ଜିଲ୍ଲାବାସୀ ବେଶ୍ ଖୁସି ଅଛନ୍ତି । ବର୍ତମାନ ଟିକେଟର ମୂଲ୍ୟ ଟ୍ୟାକ୍ସ ସହ ୧ହଜାର ୪୦ ଟଙ୍କା ରହିଛି ।