ନେପାଳରେ ପ୍ରକୃତିର କରାଳ ରୂପ । ବନ୍ୟା, ଭସ୍ଖଳନ ଯୋଗୁଁ ପ୍ରଳୟ ପରିସ୍ଥିତି, ୫ ମୃତ, ୨୮ ନିଖୋଜ

227

କନକ ବ୍ୟୁରୋ: ଭାରତର ଅନେକ ରାଜ୍ୟ ପ୍ରଚଣ୍ଡ ଖରାରେ ଆଉଟୁପାଉଟୁ ହେଉଥିବାବେଳେ ପଡୋଶୀ ନେପାଳରେ କିନ୍ତୁ ବର୍ଷା ଦାଉ ସାଜୁଛି । ଏଠାରେ ମୌସୁମୀ ଯୋଗୁଁ ଭୀଷଣ ବର୍ଷା ହେବା ଫଳରେ ବନ୍ୟା ଓ ଭୟଙ୍କର ଭୂସ୍ଖଳନ ହୋଇଛି । ଫଳରେ ୫ଜଣଙ୍କର ମୃତ୍ୟୁ ହେଇଥିବାଳେ ୧୮ଜଣ ନିଖୋଜ ଥିବା ସୂଚନା ରହିଛି ।

ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରବନ୍ଧନ ଓ ପ୍ରାଧିକରଣ ତଥ୍ୟ ଅନୁସାରେ ଭୀଷଣ ବର୍ଷା ଯୋଗୁଁ କୋଶୀର ଏକାଧିକ ଜିଲ୍ଲାରେ ବିଶେଷତଃ ତାପ୍ଲେଜଙ୍ଗ, ପଞ୍ଚଥର, ସଂଖୁବାସଭା, ଓ ତେରହଥୁମରେ ପ୍ରକୃତିର ପ୍ରଳୟ ରୂପ ଦେଖିବାକୁ ମିଳିଛି । ଏଠାରେ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୮ଜଣଙ୍କ ପତ୍ତା ମିଳୁନି । ଏହାସହ ଅନେକ ସ୍ଥାନରେ ରାସ୍ତା, ଓ ବ୍ରିଜ୍ ନିଶ୍ଚିହ୍ନ଼ ହୋଇଯାଇଛି ।