ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍ : ୧୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ

324

କନକ ବ୍ୟୁରୋ : ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍ । ୧୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ୧୨ଟା ସୁଦ୍ଧା ଜଳସ୍ତର ୬୨୧ ଦଶମିକ ୬ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ୪ଲକ୍ଷ ୮୮ ହଜାର ୬୨୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୨ ହଜାର ୧୮୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ସେହିପରି କଟକ ମୁଣ୍ଡଳୀରେ ଏବେ ପ୍ରତି ସେକେଣ୍ଡରେ ୩ଲକ୍ଷ ୬୮ ହଜାର ୧୭୪ କ୍ୟୁସେକ ଜଳ ନିସ୍କାସିତ ହେଉଛି । ସେହିପରି ବରମୁଳରେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୪ ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଛି ।

ଜଳସେଚନ ନିମନ୍ତେ ୧, ୭୩୫ କ୍ୟୁସେକ୍ ପାଣି କେନାଲଗୁଡ଼ିକରେ ଛଡ଼ାଯାଇଛି । ସେଥିରୁ ବରଗଡ଼ କେନାଲରେ ୧୩୭୫ କ୍ୟୁସେକ୍, ଶାସନ କେନାଲରେ ୩୨୦ କ୍ୟୁସେକ୍ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୪୦ କ୍ୟୁସେକ୍ ପାଣି ଜଳଭଣ୍ଡାରରୁ ନିଷ୍କାସିତ ହେଉଛି । ଦୁଇ ଦିନ ତଳେ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିଲା । ବନ୍ୟା ସ୍ଥିତି ସୃଷ୍ଟି ହେବାରୁ ଛତିଶଗଡ଼ ନିଜର ବିଭିନ୍ନ ଜଳଭଣ୍ଡାରରୁ ପାଣି ଛାଡ଼ିଥିବା ବେଳେ ମହାନଦୀରେ ଥିବା ବ୍ୟାରେଜଗୁଡ଼ିକର ଗେଟ୍ ସବୁ ଖୋଲା କରିଦେଇଛି ।