ସ୍ମାର୍ଟ ସିଟିରେ ସରକାରୀ ସ୍କୁଲର ବିକଳ ଚିତ୍ର: ଗୋଟିଏ କୋଠରୀରେ ପାଠପଢ଼ୁଛନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ

85

କନକ ବ୍ୟୁରୋ: ରାଜ୍ୟରେ ଭୁଷୁଡି ପଡ଼ିଛି ଶିକ୍ଷା ବ୍ୟବସ୍ଥା । କେଉଁଠି ଶିକ୍ଷକ ନାହାନ୍ତିତ ଅନ୍ୟ କେଉଁଠି ଛାତ୍ରଛାତ୍ରୀଙ୍କ ପାଇଁ ନାହିଁ ସ୍କୁଲ ଘର । ଏହେଉଛି ରାଜଧାନୀ ଭୁବନେଶ୍ୱର ଖାରବେଳନଗର ସ୍ଥିତ ୟୁନିଟ୍ –ଥ୍ରି ପ୍ରାଥମିକ ବିଦ୍ୟାଳୟ ଚିତ୍ର । ଯେଉଁଠି ଗୋଟିଏ ଗୋଟିଏ କୋଠରୀରେ ପଢ଼ୁଛନ୍ତି ପ୍ରଥମରୁ ପଂଚମ ଶ୍ରେଣୀର ପିଲା । ଏଠାରେ ପାଠ ପଢ଼ାଉଛନ୍ତି ଜଣେ ଶିକ୍ଷୟିତ୍ରୀ, ଜଣେ ଶିକ୍ଷକ । ଜଣେ ଶିକ୍ଷକ ଯଦି ଛୁଟିରେ ରୁହନ୍ତି, ଅନ୍ୟ ଜଣଙ୍କ ଉପରେ ରହେ ୫ଟି ଶ୍ରେଣୀ ପଢ଼ାଇବାର ଚାପ । ରାଜଧାନୀରେ ଥିବା ସ୍କୁଲକୁ ଦେଖିଲେ ଓଡ଼ିଶାରେ କିଭଳି ବିପର୍ଯ୍ୟସ୍ତ ଅବସ୍ଥାରେ ପ୍ରାଥମିକ ଶିକ୍ଷା ଚାଲିଛି ତାହା ସ୍ପଷ୍ଟ ବାରିହେବ ।