ମହିଳାଙ୍କୁ ଗର୍ଭାଶୟ କ୍ୟାନ୍ସରରୁ ମିଳିବ ମୁକ୍ତି! ବଜାରକୁ ଆସିଲା ପ୍ରଥମ ସ୍ୱଦେଶୀ ଭ୍ୟାକ୍ସିନ୍

207

କନକ ବ୍ୟୁରୋ: ମହିଳାଙ୍କ ପାଇଁ ଆଶ୍ୱସ୍ତିକର ଖବର । ଏଥର ଆଉ ରହିବନି ଗର୍ଭାଶୟ କ୍ୟାନ୍ସରର ଡର । କାରଣ ଏହାର ମୂଳୋତ୍ପାଟନ ପାଇଁ ଆସିଯାଇଛି ପ୍ରଥମ ସ୍ୱଦେଶୀ ଟିକା । ଆଜି ଏହାକୁ ଲଞ୍ଚ କରାଯାଇଛି ।

ଡିସିଜିଆଇ ଜୁଲାଇ ୧୨ ତାରିଖରେ ଏହାକୁ ମାର୍କେଟ୍ ଅଥରାଇଜେସନ୍ ଦେଇଥିଲା । ଏହା ହେଉଛି ପ୍ରଥମ କ୍ୱାଡ୍ରିବେଲେଣ୍ଟ ହ୍ୟୁମାନ ପୈପିଲୋମାୱାୟସ୍ ଭ୍ୟାକ୍ସିନ୍ । ଏହାର ଉଦଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସମେତ ସିରମ୍ ଇନଷ୍ଟିଚ୍ୟୁଟ ବାୟୋଟେକ୍ନୋଲୋଜିର ବରିଷ୍ଠ ଅଧିକାରୀ ଓ ଚିକିତ୍ସକ ଯୋଗ ଦେଇଥିଲେ ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ର ରିପୋର୍ଟ ମୁତାବକ, ପ୍ରତିବର୍ଷ ଭାରତରେ ଗର୍ଭାଶୟ କର୍କଟ ରୋଗର ୧.୨୩ ଲକ୍ଷ ମାମଲା ସାମ୍ନାକୁ ଆସୁଛି । ଏଥିରେ ପ୍ରାୟ ୬୭,୦୦୦ ମହିଳା ମୃତ୍ୟୁମୁଖରେ ପଡୁଛନ୍ତି । ଗର୍ଭାଶୟ କର୍କଟ ମାମଲାରେ ଭାରତ ବିଶ୍ୱରେ ପଞ୍ଚମ ସ୍ଥାନରେ ରହିଛି। ୧୫ ରୁ ୪୪ ବର୍ଷ ବୟସର ମହିଳାଙ୍କ ଗର୍ଭାଶୟ କର୍କଟର ଶିକାର ହେଉଥିବା ଦେଖାଯାଉଛି ।