ପୁରା ପରିବାର କଲା ଆତ୍ମହତ୍ୟା । ଜାଣିଶୁଣି ବଡ ନାଳ ଭିତରକୁ କାର ଖସାଇଦେଲେ ଘରର ମୁରବୀ

901

କନକ ବ୍ୟୁରୋ: ପାରିବାରିକ ଅଶାନ୍ତି ଯୋଗୁଁ ପୁରା ପରିବାର କଲା ଆତ୍ମହତ୍ୟା । ପଞ୍ଜାବ ଜିଲ୍ଲା ଫିରୋଜପୁରରୁ ଆସିଛି ଏପରି ହୃଦୟବିଦାରକ ଘଟଣା । ଏଠିକାର ବୁଧୱାରା ୱାଲା ମୁହଲ୍ଲାରେ ରହୁଥିବା ଗୋଟିଏ ପରିବାରର ବାପା, ଝିଅ,ଭଣଜା ଓ ବଡ ଭାଇକୁ କାରରେ ନେଇ ଯାଉଥିବା ବେଳେ ଜାଣିଶୁଣି କାରକୁ ଏକ ନାଳ ଭିତରକୁ କାର ଖସାଇ ଦେବାରୁ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଘରର ଜସବିନ୍ଦର ସିଂ ଓରଫ୍ ରାଜୁ ୨ ଦିନ ପୂର୍ବରୁ ଫେସବୁକରେ ଲାଇଭ କରି ନିଜର ସବୁ ଦୁଃଖ ବଖାଣିଥିଲେ । ସେ ଜୀବନ ରଖିବାକୁ ଚାହୁଁନାହାଁନ୍ତି ବୋଲି ମଧ୍ୟ କହିଥିଲେ । ପ୍ରକୃତ କଥା ହେଉଛି ଜସବିନ୍ଦରଙ୍କ ସ୍ତ୍ରୀ କିଛି ଦିନ ପୂର୍ବରୁ ଅନ୍ୟଜଣଙ୍କ ସହ ଘର ଛାଡି ପଳାଇଥିଲେ । ଏହି ଘଟଣାକୁ ନେଇ ଜସବିନ୍ଦର ଓ ତାଙ୍କ ପୁଅ ଝିଅ ମାନସିକ ବିଷାଦରେ ରହୁଥିଲେ ।

ବୁଧବାର ଝିଅ, ବଡଭାଇ ଓ ଭଣଜାଙ୍କ ସହ କାରରେ ବାହାରକୁ ଯାଇଥିବାବେଳେ ଜାଣିଶୁଣି କାରକୁ ଏକ ବଡ ନାଳକୁ ଖସାଇଦେଇଥିଲେ । ନାଳରେ ପାଣିର ସ୍ରୋତ ପ୍ରଖର ଥିବାରୁ ଏହାକୁ ତୁରନ୍ତ କାଢିବା ସ୍ଥାନୀୟ ଲୋକଙ୍କ ପାଇଁ ସମ୍ଭବ ନଥିଲା । ଫଳରେ କାରରେ ଥିବା ସମସ୍ତଙ୍କର ମୃତ୍ୟୁ ହୋଇଥିଲା ।