ବିନା ପେଟ୍ରୋଲ-ଡିଜେଲରେ ଏହି ରାସ୍ତାରେ ଗଡିବ ଗାଡି । ଆରମ୍ଭ ହୋଇସାରିଛି ପ୍ରସ୍ତୁତି

179

କନକ ବ୍ୟୁରୋ : ବଢୁଥିବା ପ୍ରେଟ୍ରୋଲ ଡିଜେଲକୁ ଦୃଷ୍ଟିରେ ରଖି ଏଣିକି ଲୋକେ ଇଲେକ୍ଟ୍ରିକ୍ ଗାଡି ବ୍ୟବହାର କରିବାକୁ ଲାଗିଲେଣି । କିନ୍ତୁ ବର୍ତ୍ତମାନ ସୁଦ୍ଧାବି ଇଲେକ୍ଟ୍ରିକ୍ ଗାଡି ଲୋକଙ୍କର ଭରୋଷା ଯୋଗ୍ୟ ହୋଇପାରିନି । ଏହାର କାରଣ ହେଉଛି ବିଦ୍ୟୁତ୍ ଚାଳିତ ଗାଡିକୁ ଚାର୍ଜ କରିବା ପାଇଁ ଚାର୍ଜି ସେଣ୍ଟରର ଅଭାବ । ଏହି କାରଣ ପାଇଁ ଆଜିବି ଲୋକେ ଇଲେକ୍ଟ୍ରିକ୍ ଗାଡି ଉପରେ ଭରୋଶା କରିପାରୁନାହାନ୍ତି ଲୋକେ । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଉପାୟ ବାହାରକରାଯାଇଛି ।

ଦେଶରେ ଏବେ ଇଲେକ୍ଟ୍ରିକ୍ ହାଇୱେ ତିଆରି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ ଗତବର୍ଷ ଏକ ବୈଠକରେ ଏହି ଇଲେକ୍ଟ୍ରିକ୍ ହାଇୱେ ନେଇ କହିଥିଲେ, ଦିଲ୍ଲୀରୁ-ମୁମ୍ବାଇ ଯାଏଁଁ ଏକ ଇଲେକ୍ଟ୍ରିକ୍ ହାଇୱେ ତିଆରି କରିବାର ଯୋଜନା ରହିଛି । ଏହି ହାଇୱେ ଉପରେ ବସ୍ ଟ୍ରକ୍ ଭଳି ବଡ ବଡ ଗାଡି ଚାଲିପାରିବ ।
ଇଲେକ୍ଟ୍ରିକ୍ ହାଇୱେ ତିଆରି ହେଲେ ଗାଡିଗୁଡିକୁ ଚାର୍ଜିଂ ପାଇଁ କୌଣସି ଚାର୍ଜିଂ ସେଣ୍ଟର ଯିବାକୁ ପଡିବ ନାହିଁ । ଏହି ରାସ୍ତାରେ ଗାଡି ଚାଲିବା ଅବସ୍ଥାରେ ଗାଡି ଚାର୍ଜ ହୋଇପାରିବ । ଓଭରହେଡ୍ ୱେୟାର ବା ରାସ୍ତା ଉପରେ ଲାଗିଥିବା ତାର ଦ୍ୱାରା ଗାଡି ଚାର୍ଜ ହୋଇପାରିବ । ତେବେ ଏହି ରାସ୍ତା ତିଆରି ହେବା ପରେ ଟ୍ରାନ୍ସପୋର୍ଟିଂ ଚାର୍ଜ କମିବ ଆଉ ଅନ୍ୟାନ୍ୟ ଅତି ଆବଶ୍ୟକୀୟ ସାମଗ୍ରୀର ଦର ମଧ୍ୟ କମିବ ବୋଲି ଆଶା କରାଯାଉଛି ।