ପୂର୍ବତନ ସ୍ପେଶାଲ ଡିଜିଙ୍କୁ ଜେଲ : ଜଣେ ମହିଳା ଆଇପିଏସଙ୍କୁ ଯୌନ ନିର୍ଯାତନା ମାମଲାରେ ୩ବର୍ଷ ଜେଲ ଓ ୧୦ହଜାର ଟଙ୍କା ଜରିମାନା

304

କନକ ବ୍ୟୁରୋ : ତାମିଲନାଡୁର ପୂର୍ବତନ ସ୍ପେଶାଲ ଡିଜି ରାଜେଶ ଦାସଙ୍କୁ ଜେଲ ଦଣ୍ଡାଦେଶ । ଜଣେ ମହିଳା ଆଇପିଏସଙ୍କୁ ଯୌନ ନିର୍ଯାତନା ମାମଲାରେ ରାୟ ଶୁଣାଇଛନ୍ତି ଭିଲିପୁରମ କୋର୍ଟ । ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜରିମାନା କରିଛନ୍ତି କୋର୍ଟ । ୨୦୨୧ ଫେବ୍ରୁୟାରୀରେ ରାଜେଶ ଦାସଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଥିଲା । ଘଟଣା ପରେ ଚାକିରିରୁ ନିଲମ୍ବିତ ହୋଇଥିଲେ ରାଜେଶ ଦାସ ।