ଟି-୨୦ ବିଶ୍ୱକପ: ଶ୍ରୀଲଙ୍କାକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ, ରେସରୁ ବାଦ ପଡିଲା ଅଷ୍ଟ୍ରେଲିଆ

1,493

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଦ୍ୱିତୀୟ ସେମିଫାଇନାଲିଷ୍ଟ ଦଳ ଭାବେ ଇଂଲଣ୍ଡ ପ୍ରବେଶ କରିଛି । ଶ୍ରୀଲଙ୍କାକୁ ୪ ୱିକେଟରେ ହରାଇ ଦଳ ସେମିଫାଇନାଲରେ ପ୍ରବେଶ କରିଛି । ଇଂଲଣ୍ଡ ସେମିରେ ପ୍ରବେଶ କରିବା ଯୋଗୁଁ ଆୟୋଜକ ଅଷ୍ଟ୍ରେଲିଆ ସେମିଫାଇନାରୁ ରେସରୁ ବାଦ ପଡିଛି । ଗ୍ରୁପ ଏରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏବେ ଗ୍ରୁପ ବିରୁ କିଏ ସେମିରେ ପ୍ରବେଶ କରିବା ତା ଉପରେ ସମସ୍ତଙ୍କ ନଜର ରହିଛି ।

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଦଳ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ଦଳ ପକ୍ଷରୁ କେବଳ ପାଥୁମ ନିଶାଙ୍କା ଧୂଆଁଧାରୀ ୬୭ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୮ ୱିକେଟ ହରାଇ୧୪୧ ରନ କରିଥିଲା । ୧୪୨ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଇଂଲଣ୍ଡ ଦଳ । ଆଲେକ୍ସ ହିଲ୍ସ ଓ ବେନ ଷ୍ଟୋକ୍ସଙ୍କ ଦମଦାର ବ୍ୟାଟିଂ ଯୋଗୁଁ ଇଂଲଣ୍ଡ ଏହି ମ୍ୟାଚକୁ ୪ ୱିକେଟରେ ଜିତି ନେଇଥିଲା ।