ହୀରାକୁଦରେ ସନ୍ଧ୍ୟା ସୁଦ୍ଧା ଖୋଲିବ ୧୦ଟି ଗେଟ୍ : ସୂଚନା ଦେଲେ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ

849

କନକ ବ୍ୟୁରୋ :  ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ବଢ଼ିବାରେ ଲାଗିଛି ଜଳସ୍ତର । ଆଜି ସଂଧ୍ୟା ସୁଦ୍ଧା ୧୦ଟି ଗେଟ୍ ଖୋଲିବ । ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ । ଅପରାହ୍ଣ ସାଢ଼େ ୨ଟା ସୁଦ୍ଧା ୫ଟି ଗେଟ୍ । ପରେ ସାଢ଼େ ୫ଟା ସୁଦ୍ଧା ଅନ୍ୟ ୫ଟି ଗେଟ୍ ଖୋଲାଯିବ । ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେବ । ହୀରାକୁଦରେ ୬୧୬ ଦଶମିକ ୩୭ ଫୁଟ ଜଳ ରହିଛି । ସେପଟେ ଜଳ ସମ୍ପଦ ସବୋର୍ଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି କହିଛନ୍ତି ରାଜ୍ୟରେ ବନ୍ୟାସ୍ଥିତି ନିୟନ୍ତ୍ରଣଧୀନ । ଘାଇ ସୃଷ୍ଟି ହୋଇଥିବା ସ୍ଥାନରେ ବାଲିବସ୍ତା ରଖାଯାଉଥିବା କହିଛନ୍ତି ।