ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ: ହାତୀ ସୁରକ୍ଷା ପାଇଁ ୧୯୮ଟି ଗାଁରେ ବିଜୁଳି କାଟ୍

120

କନକ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ହେଉଛି ହାତୀ ଉପଦ୍ରବ ଅଞ୍ଚଳ । ଆଜି କରଞ୍ଜିଆ ବନ ଖଣ୍ଡରେ ପୃଥକ ପୃଥକ ସ୍ଥାନରେ ଅଛନ୍ତି ୩୬ଟି ହାତୀ । କରଞ୍ଜିଆ ରେଞ୍ଜ ଅଞ୍ଚଳରେ ୨୩ଟି ହାତୀଥିବା ବେଳେ ସାତକୋଶିଆ ରେଞ୍ଜ ଅଞ୍ଚଳରେ ଅଛନ୍ତି ୧୩ଟି ହାତୀ । ଗତକାଲି କରଞ୍ଜିଆ ରେଞ୍ଜ ଅଞ୍ଚଳରେ ଥିବା ୨୩ ଟିକିଆ ହାତୀପଲ କୁ ଝାଡ଼ଖଣ୍ଡ ରାଜ୍ୟକୁ ଘଡେଇବା ପାଇଁ ଉଦ୍ୟମ କରୁଥିଲେ ବନ ବିଭାଗ । ସବୁ ପ୍ରକାର ଚେଷ୍ଟା ପରେ ବି ସଫଳ ହେଇ ନଥିଲା ବନବିଭାଗ । ପୁଣି ଫେରି ଆସିଥିଲେ ହାତୀପଲ । ଫେରିବା ବାଟରେ କୁଜିଆମ ଗାଁର ତରଣୀସେନ ନାୟକଙ୍କ ଘର ଭାଙ୍ଗିବା ସହିତ ଘର ସାମଗ୍ରୀ ନଷ୍ଟ କରିଦେଇଛନ୍ତି । ସେଠାରୁ ଫେରିବା ପରେ ମନହୋରପୁର ଜଙ୍ଗଲ ରେ ପହଁଚିଥିଲେ ୨୩ ଟିକିଆ ହାତୀପଲ। ହାତୀ ପଲ ଯେଉଁଠି ରହୁଛନ୍ତି ତାର ଆଖପାଖ ଅଞ୍ଚଳରେ ଲୋକମାନେ ରାତିରେ ଘର ସମ୍ମୁଖରେ ନିଆଁ ଜାଳି ଉଜାଗର ରହୁଛନ୍ତି ।

ମନହୋରପୁର ଜଙ୍ଗଲରେ ୨୩ ଟି ହାତୀ ଥିବାରୁ ଆଜି ପାହାନ୍ତିଆରୁ ଶୁକୃଲି ଏବଂ ରରୁଆ ବ୍ଲକ ର ୧୯୮ ଗାଁ ରେ ବିଜୁଳି କାଟ କରାଯାଇଥିଲା । ଯାହା ଫଳରେ ଶୁକୃଲି ଏବଂ ରରୁଆ ବାସିନ୍ଦା ଅନେକ ଅସୁବିଧା ର ସମ୍ମୁଖିନ ହେଇଥିଲେ । ଏମିତିକି ବୋରିଂ ରୁ ପାଣି ଉଠାଇ ପାରୁ ନଥିଲେ ଲୋକମାନେ । ବିଭିନ୍ନ ସରକାରୀ କାର୍ୟ୍ୟାଳୟ ରେ ଏହାର ସିଧାସଳଖ ପ୍ରଭଵ ପଡିଥିଲା । ଲୋକମାନଙ୍କ ଅଧିକାଂଶ ମୋବାଇଲ ରେ ଚାର୍ଜ ନଥିବାରୁ ବନ୍ଦ ହେଇଯାଇଥିଲା । ଜଙ୍ଗଲ ରେ ହାତୀପଲ ଥିଲେ ଏବଂ ଉପରେ ବିଦୂତ ତାର ଥୁବାରୁ ବିଜୁଳି କାଟ ହେଇଥିବାର ବିଦୂତ ବିଭାଗ ପକ୍ଷରୁ କୁହାଯାଇଛି । ସନ୍ଧ୍ୟା ୬:୩୦ ପାଖପାଖି ବୁଜୁଳି ଦିଆ ଯାଇଥିଲା ସ୍ଥାନୀୟ ଅଞ୍ଚଳରେ । କିଛି ସମୟ ରହିଲା ପରେ ପୁଣି ବିଦୂତ କଟ ହେଇ ଯାଇଥିଲା ହାତୀପଲ ପାଇଁ । କିଛି ଦିନ ହେଲାଣି କରଞ୍ଜିଆ ଉପଖଣ୍ଡରେ ହାତୀପଲ ଯୋଗୁଁ ୧୦୦ରୁ ଉର୍ଦ୍ଧ୍ବ ଗାଁରେ ଲାଗି ରହିଛି ଆତଙ୍କ । ଏହି ହାତୀପଲ କେବେ ଝାଡୁଛନ୍ତି କରଞ୍ଜିଆ ଉପଖଣ୍ଡ ତାହା ଉପରେ ସମସ୍ତଙ୍କ ନଜର ।