ଅର୍ଚ୍ଚନା ନାଗ ମାମଲାରେ ସହଯୋଗୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଜେରା : ପଚରାଉଚରା ବେଳେ ବଡ ଖୁଲାସା

191

କନକ ବ୍ୟୁରୋ : ରିମାଣ୍ଡରେ ଅର୍ଚ୍ଚନାଙ୍କ ବିଜିନେସ୍ ପାର୍ଟନର୍ ଖଗେଶ୍ୱର ପାତ୍ର । ଆଜି ଦ୍ୱିତୀୟ ଦିନରେ ମଧ୍ୟ ଇଡି ଜେରା କରିବ । ୧୦ ଦିନିଆ ରିମାଣ୍ଡରେ ଆସିବା ପରେ ଇଡିର ତଦନ୍ତକାରୀ ଅଧିକାରୀ ଖଗେଶ୍ୱରଙ୍କୁ ମାରାଥନ ଜେରା ଆରମ୍ଭ କରିଛନ୍ତି । ପ୍ରଥମ ଦିନର ଜେରାରେ ଇଡିକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଗତ ୫ବର୍ଷରେ ଅର୍ଚ୍ଚନା ଓ ଖଗେଶ୍ୱରଙ୍କ ମଧ୍ୟରେ ୨ କୋଟି ଟଙ୍କାର ବ୍ୟାଙ୍କ ଟ୍ରାଞ୍ଜାକ୍ସନ ହୋଇଛି । ଏହାର ଖୋଳତାଡ଼ ଆରମ୍ଭ କରିଛି ଇଡି ।

ବଡ଼ କଥା ହେଉଛି, କୋଟି କୋଟି ଟଙ୍କାର କାରବାର ହେଉଥିଲେ ମଧ୍ୟ ଦୁହେଁ ଜିଏସଟିି ଓ ଆୟକର ଆଦି ଭରୁ ନଥିବା ଜଣାପଡିଛି । ଅନ୍ୟପକ୍ଷରେ, ଏସ୍ଆଇଟି ମଧ୍ୟ ଏହି ମାମଲାର ତଦନ୍ତ କରିବ ବୋଲି ସୂଚନା ମିଳିଛି । ଏସ୍ଆଇଟିକୁ ଅର୍ଚ୍ଚନା ନାଗ ମାମଲାର ସମସ୍ତ କାଗଜପତ୍ର ଦେବାକୁ ଇଡିକୁ ନିର୍ଦ୍ଦେଶ ହୋଇଛି । ଆସନ୍ତା ୧୩ ତାରିଖରେ ଏ ନେଇ ଦିଲ୍ଲୀରେ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧୀନରେ ଏକ ସ୍ୱତନ୍ତ୍ର ବୈଠକ ହେବ । ଏଥିରେ ଅର୍ଚ୍ଚନା ନାଗ ମାମଲାର ସ୍ୱତନ୍ତ୍ର ଶୁଣାଣି ହେବ । ଗୁରୁତ୍ୱପୂର୍ଣ୍ଣ କଥା ଇଡି ଖଗେଶ୍ୱରକୁ ଗିରଫ କରିଥିବା ବେଳେ କମିସନରେଟ ପୁଲିସ ଖଗେଶ୍ୱରଙ୍କ ନାଁରେ ମାମଲା ରୁଜୁ କରିଥିଲେ ମଧ୍ୟ ତାଙ୍କୁ କେବଳ ନୋଟିସ୍ ଦେଇ ଛାଡ଼ି ଦେଇଥିଲା ।