ଯୁଆଡେ ଚାହିଁବ ପାଣି ଆଉ ପାଣି : ଆକାଶମାର୍ଗରୁ ବାଙ୍କୀ ବନ୍ୟା ଅଞ୍ଚଳର ଚିତ୍ର

89

କନକ ବ୍ୟୁରୋ : ଆକାଶମାର୍ଗରୁ ବନ୍ୟା ଅଞ୍ଚଳ ଚିତ୍ର । ଡ୍ରୋନ୍ ସଟରେ କଏଦ ହୋଇଛି ବାଙ୍କୀ ବନ୍ୟା ଅଞ୍ଚଳର ଚିତ୍ର । ଯୁଆଡେ ଚାହିଁବ ପାଣି ଆଉ ପାଣି । ବିଭିନ୍ନ ନଦୀ ଗୁଡିକରେ ବନ୍ୟା ଆସିଥିବା ବେଳେ ପାଣିରେ ବୁଡ଼ି ଯାଇଛି ଅନେକ ଗାଁ । ସବୁଆଡେ ଜଳମଗ୍ନ ହୋଇପଡ଼ିଛି ।

ଘର ଦ୍ୱାର ପାଣି ପଶିଯାଇଥିବା ବେଳେ ଲୋକେ ଏବେ ବି ଜଳବନ୍ଦୀ ହୋଇରହିଛି । ବନ୍ୟା ଅଞ୍ଚଳ ଗୁଡିକର ଭୟଙ୍କର ଚିିତ୍ର ସବୁ ଦେଖିବକୁ ମିଳିଛି । ଅନ୍ୟ ସ୍ଥାନ ଭଳି ବାଙ୍କୀରେ ବନ୍ୟାର କରାଳ ଚିତ୍ର ବି କଏଦ ହୋଇଛି । ବାଙ୍କୀ ଅଞ୍ଚଳରେ ପାଣି ଜମି ରହିଥିବା ବେଳେ ଘରଦ୍ୱାର ପାଣିରେ ବୁଡିଯାଇଛି ।