ଏମିତି ବି ଆସେ ମୃତ୍ୟୁ ! ଗାଡି ଚଳାଉଥିବା ବେଳେ ଚାଲିଗଲା ଡ୍ରାଇଭରଙ୍କ ଜୀବନ, ଆପେ ଆପେ ରହିଗଲା ଗାଡି

336

କନକ ବ୍ୟୁରୋ : ଏମତି ବି ଆସେ ମୃତ୍ୟ  । ଗାଡି ଚାଲିଥିଲା ଆଉ ଗାଡିରେ ଥିବା ଡ୍ରାଇଭର ଜଣକର ମୃତ୍ୟୁ ଘଟିଥିଲା  । ଆଉ ଗାଡିଟିକୁ ଅଟକେଇବା ପାଇଁ ଗାଡି ଭିତରେ କେହି ନଥିଲେ  । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଦେଇ ଯାଇଥିବା ଭେଜିପୁଟ ଓଭରବ୍ରିଜ ଉପରେ  । ଗାଡିଟି ଆନ୍ଧ୍ରରୁ ଆସୁଥିଲା  । ଗାଡିରେ କେବଳ ଡ୍ରାଇଭର ଏକା ଥିଲେ  । ଗାଡିଟି ଆସି ଭେଜିପୁଟ ଓଭରବ୍ରିଜ ନକଟରେ ଡିଭାଇଡରକୁ ଧକ୍କା ଦେଇ ଗାଡିଟି ରହିଗଲା  ।

ସ୍ଥାନୀୟ ଲୋକ ଯେତେବେଳେ ଗାଡିଟିକୁ ଯାଇ ଦେଖିଲେ ସେତେବେଳେ ଡ୍ରାଇଭର ମୃତ ଅବସ୍ଥାରେ ରହିଥିଲେ  । ଖବର ପାଇ ଭେଜିପୁଟ ଫାଣ୍ଡି ପୋଲିସ ପହଞ୍ଚିବା ପରେ ଅଗ୍ନିଶମ ବାହିନୀକୁ ଡକାଇଥିଲେ  । ତେବେ ଅଗ୍ନଶମ ବାହିନୀ ମୃତଦେହକୁ ଗାଡିରୁ ବାହାର କରିବା ପରେ ଜାଣିବାକୁ ପାଇଲେ ଯେ ଡ୍ରାଇଭର ଜଣଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ତେବେ ଡ୍ରାଇଭର ଗାଡି ଚାଲୁଥିବା ସମୟରେ ମୃତ୍ୟୁ  ଘଟିଥିବା ବେଳେ ଗାଡିଟିର କୌଣସି କ୍ଷତି ହୋଇ ନାହିଁ  । ଗାଡି ଓଭର ବ୍ରିଜର ଡିଭାଇଡରକୁ ସାମାନ୍ୟ ଧକ୍କା ଦେଇ ଗାଡିଟି ସୁରକ୍ଷିତ ଭାବେ ରହିଯାଇଥିଲା  ।