ଲଘୁଚାପ ବର୍ଷା ଯୋଗୁଁ ଭଦ୍ରକ ମେଡ଼ିକାଲ ଭିତରେ ପସିଲା ପାଣି। ପାଣି ଭିତରେ ପଶି ରୋଗୀ ସେବା କଲେ ଡାକ୍ତର

87

କନକ ବ୍ୟୁରୋ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ମେଡ଼ିକାଲ ଆଉଟଡ଼ୋରରେ ପଶିଲା ପାଣି । ମେଡ଼ିକାଲ ପରିସରରେ ପାଣି ଜମି ରହିଥିବା ବେଳେ ରୋଗୀ ମାନେ ସେହି ପାଣିରେ ଛିଡ଼ା ହୋଇ ଡାକ୍ତରଙ୍କ ପରାମର୍ଶ ନେଉଥିବର ଦେଖିବାକୁ ମିଳିଛି ।

ମେଡ଼ିକାଲ ପରିସରରରୁ ବର୍ଷା ଜଳ ନିଷ୍କାସନ ହେବା ପାଇଁ କୌଣସି ଡ଼୍ରେନେଜ ବ୍ୟବସ୍ଥା ନଥିବାରୁ ଅସରାଏ ବର୍ଷାରେ ଏଠାରେ ପାଣି ଜମି ରହୁଛି । ଫଳରେ ଗ୍ରାମାଂଚଳରୁ ଆସୁଥିବା ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।