ଦୁବାଇରେ ଆୟୋଜିତ ବିଶ୍ୱ ଜଳବାୟୁ ସମ୍ମିଳନୀରେ ବିଶ୍ୱ ନେତାଙ୍କ ଫଟୋକୁ ନେଇ ଚର୍ଚ୍ଚା । ଆଗରେ ମୋଦୀ ପଛ ଧାଡିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ।

246

କନକ ବ୍ୟୁରୋ: ଦୁବାଇରେ ଆୟୋଜିତ ବିଶ୍ୱ ଜଳବାୟୁ ସମ୍ମିଳନୀରେ ବିଶ୍ୱ ନେତା ଉଠାଇଥିବା ଫଟୋକୁ ନେଇ ଚର୍ଚ୍ଚା । ଏହି ଫଟୋର ସବା ଆଗରେ ଛିଡା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ସବୁଠୁ ପଛରେ ଛିଡା ହୋଇଛନ୍ତି ପାକିସ୍ତାନ ପ୍ରଧନମନ୍ତ୍ରୀ ଅନୱାର-ଉଲ୍-ହକ୍ କକ୍କର । ଧାଡିର ସବୁଠୁ ଆଗରେ ଛିଡା ହେବାକୁ ନେଇ ଭାରତର ଗୁରୁତ୍ୱକୁ ଦର୍ଶାଉଛି । ଆଉ ଏହି ଫଟୋକୁ ନେଇ ଏବେ ସୋସିଆଲ ମିଡିଆରେ ମତ ପ୍ରକାଶ ପାଉଛି ।

ଦୁବାଇର ଏକ୍ସପୋ ସିଟିରେ ଆରମ୍ଭ ହୋଇଛି ଜାତିସଂଘ ଜଳବାୟୁ ପରିବର୍ତନ ଶିଖର ସମ୍ମିଳନୀ । ପ୍ରଥମ ଦିନରେ ସବୁ ବିଶ୍ୱ ନେତା ଛିଡା ହୋଇ ଏକାଠି ଫଟୋ ଉଠାଇଥିଲେ । ଆଉ ଏହି ଫଟୋକୁ ନେଇ ଏବେ ସୋସିଆଲ ମିଡିଆରେ ମତ ପ୍ରକାଶ ପାଉଛି । ଏହି ସସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମୋଲୋନିଙ୍କୁ ଭେଟିଛନ୍ତି । ଏହା ସହ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଭେଟି ମଧ୍ୟ ଆଲୋଚନା କରିଛନ୍ତି । ଯୁଦ୍ଧର ତୁରନ୍ତ ପରିସମାପ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ।