ଦିବ୍ୟାଙ୍ଗ ବନ୍ଧ୍ୟାକରଣ ଘଟଣା । ଆଶାକର୍ମୀଙ୍କ ନାଁରେ ଥାନାରେ ଏତଲା

212

କନକ ବ୍ୟୁରୋ : ମାଲକାନଗିରି ମାଥିଲିରେ ଦିବ୍ୟାଙ୍ଗ ଯୁବକଙ୍କୁ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ଘଟଣା । ପରିବାର ଓ ଦୁରୁଆ ସମ୍ପ୍ରଦାୟ ପକ୍ଷରୁ ଥାନାରେ ମାମଲା । ଆଶାକର୍ମୀ ରେଖାମଣ୍ଡଳଙ୍କ ନାଁରେ ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହେଲେ ଆମ୍ବାଗୁଡାଗାଁର ଦିବ୍ୟାଙ୍ଗ ଯୁବକ ଗଙ୍ଗା ଦୁରୁଆଙ୍କ ମାଆ ଚମ୍ପା ଦୁରୁଆ । ଦିବ୍ୟାଙ୍ଗ ଯୁବକଙ୍କୁ ପ୍ରବର୍ତାଇ ବନ୍ଧ୍ୟାକରଣ ପାଇଁ କାହାର ଥିଲା ଷଡଯନ୍ତ୍ର ତାହାକୁ ନେଇ ଉଠିଛି ପ୍ରଶ୍ନ । ଗଙ୍ଗା ଦୁରୁଆଙ୍କ ସରଳତାର ସୁଯୋଗ ନେଇ କିଛି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥିବା ଅଭିଯୋଗ ଆଣିଥିଲେ ପରିବାର । ଅବିବାହିତ ଗଙ୍ଗାକୁ କାଗଜପତ୍ରରେ ବିବାହିତ ଦର୍ଶାଇ ଅସ୍ତ୍ରୋପଚରା କରାଯାଇଥିଲା । କେବଳ ପରିବାର ନିୟୋଜନ ଅସ୍ତ୍ରୋପଚାର ସଂଖ୍ୟା ବଢାଇବାକୁ ଯାଇ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଏପରି କରିଥିବା ଅଭିଯୋଗ ହୋଇଛି । ଗତ ୩ ତାରିଖରେ ମାଥିଲି ସବଡିଭିଜନ ମେଡିକାଲ ପରିସରରେ ଏହି ଅଭାବନୀୟ ଘଟଣା ଘଟିଥିଲା । ଅସ୍ତ୍ରୋପଚରା ପରେ କିଛି ଔଷଧ ଓ ୨ ହଜାର ଟଙ୍କା ଦେଇ ଗଙ୍ଗା ଦୁରୁଆଙ୍କୁ ଘରକୁ ପଠାଇ ଦେଇଥିଲେ ।