ଭିତ୍ତିଭୂମି ନଥାଇ ଅଙ୍ଗନୱାଡି କେନ୍ଦ୍ରର ଅପଗ୍ରେଡସନ୍ ପାଇଁ ନିର୍ଦ୍ଦେଶ: ରାୟଗଡା ଜିଲ୍ଲାରେ ୫୭୫ଟି ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ୱ ଘର

72

କନକ ବ୍ୟୁରୋ: ସରକାରୀ ନିର୍ଦ୍ଧେଶ ଜାରି ହୋଇଛି, ରାୟଗଡା ଜିଲ୍ଲାର ୫୫୦ଟି ମିନି ଅଙ୍ଗନବାଡି କେନ୍ଦ୍ରକୁ ଅପଗ୍ରେଡ୍ କରାଯିବ । ହେଲେ ବର୍ତମାନ ରହିଥିବା ଅଙ୍ଗନବାଡି ଗୁଡିକରେ ଭିତିଭୂମି ଅଭାବରୁ କେଉଁଠି ବାରଣ୍ଡା ତ ଆଉ କେଉଁଠି କମ୍ୟୁନିଟି ହଲରେ ପାଠ ପଢୁଛନ୍ତି କୁନିକୁନି ପିଲା । ଏଭଳି ସ୍ଥିତିରେ ନୂଆ ଅଙ୍ଗନବାଡିର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିଛି । ଭିତିଭୂମି ବିକାଶ ବିନା ସରକାର କେବଳ କାଗଜ କଲମରେ ଅପଗ୍ରେଡ୍ କରୁଥିବା ଚର୍ଚ୍ଚା ହଉଛି ।

ଭିତିଭୁମି ନଥାଇ ମିନି ଅଙ୍ଗନବାଡି ବିକାଶ ପରିକଳ୍ପନା
ପୁରୁଣା ପାଇଁ ଜାଗା ନାହିଁ, ନୂଆ ପରିକଳ୍ପନାକୁ ନେଇ ଉଠିଲା ପ୍ରଶ୍ନ

ବେଡୁ ଅଙ୍ଗନବାଡି କେନ୍ଦ୍ର ଏଠାରେ ଅଙ୍ଗନବାଡି ଘର ନଥିବାରୁ ରାସ୍ତା କଡରେ ଥିବା ବନ କାର୍ଯ୍ୟାଳୟରେ ଦୀର୍ଘ ୧୨ ବର୍ଷ ହେଲାଣି ଚାଲିଛି କେନ୍ଦ୍ର । ଆଉ ଏହାକୁ ଚଲାଉଛନ୍ତି ଜଣେ ହେଲ୍ପର ।

ଗୌଡଖିଲମ ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରର । ଏଠି ବି ଅଙ୍ଗନବାଡି କେନ୍ଦ୍ର ନିଜସ୍ୱ ଗୃହ ନାହିଁ, ତେଣୁ ଯାତ୍ରୀ ଆଶ୍ରୟ ସ୍ଥଳିରେ ଚାଲିଛି ଅଙ୍ଗତନବାଡି କେନ୍ଦ୍ର । ହେଲ୍ପରଙ୍କ ଘରୁ ରନ୍ଧା ହୋଇ ଆସୁଥିବା ଖାଦ୍ୟ ଖାଇଥାନ୍ତି କୁନି କୁନି ପିଲା ।

ରାୟଗଡା ଜିଲ୍ଲାରେ ଏମିତି ବହୁ ଅଙ୍ଗନୱାଡି କେନ୍ଦ୍ର ରହିଛି, ଯାହା କିଛି ବଦାନ୍ୟ ବ୍ୟକ୍ତିଙ୍କ ବାରଣ୍ଡାରେ ଚାଲିଛି । ପିଲାମାନେ ଅତି ଦୟନିୟ ଅବସ୍ଥାରେ ଖରା ବର୍ଷାରେ ପାଠ ପଡୁଛନ୍ତି ।

ରାୟଗଡା ଜିଲ୍ଲାରେ ମୋଟ ୨୦୬୩ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୫୭୫ଟି କେନ୍ଦ୍ରର ନିଜସ୍ୱ ଘର ନାହିଁ । ଫଳରେ ସ୍କୁଲ ବାରଣ୍ଡା, ଭଡା ଘର ଓ କମ୍ୟୁନିଟି ସେଂଟରରେ ପଢୁଛନ୍ତି ପିଲା । ଏନେଇ ବାରମ୍ବାର ଅଭିଯୋଗ ହେଲେ ବି ସମସ୍ୟାର ସମାଧାନ ହେଉନଥିବା ସ୍ଥାନିୟ ଲୋକେ ଅଭିଯୋଗ କରିଛନ୍ତି ।

୧୪୮୮ଟି କେନ୍ଦ୍ରର ନିଜସ୍ୱ କୋଠା ରହିଥିବା ବେଳେ ୬୧ଟି ସ୍କୁଲ ବାରଣ୍ଡା, ୨୮୭ଟି ଭଡା ଘରେ, ଏବଂ ୨୨୭ଟି କମ୍ୟୁନିଟି ହଲ୍ରେ ଚାଲିଛି । ଠିକ ସେହିପରି ୩୪୨ଟି ଅଙ୍ଗନବାଡି କେନ୍ଦ୍ରରେ ପିଇବା ପାଣିର ବ୍ୟବସ୍ଥା ନାହିଁ । ଏପରି ସ୍ଥଳେ ସରକାରଙ୍କ ଅପଗ୍ରେସନ୍ ଘୋଷଣାକୁ ନେଇ ପ୍ରଶ୍ନ ଉଠିଛି । ଅନ୍ୟପଟେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି କହିଛନ୍ତି, ପୂର୍ବରୁ ସେ ଅଙ୍ଗନବାଡି ପ୍ରସଙ୍ଗ ବିଧାନସଭାରେ ଉଠାଇଥିଲେ । ହେଲେ ବର୍ତମାନ ଯାଏଁ ସମାଧାନ ନହେବା ଅତି ଦୁର୍ଭାଗ୍ୟର ବିଷୟ । ପୁରୁଣା ଅଙ୍ଗନବାଡି କେନ୍ଦ୍ର ପାଇଁ ଭିତିଭୂମି ନଥିବା ବେଳେ ନୂଆ ପରିକଳ୍ପନା କେବଳ କାଗଜ କଲମରେ ସୀମିତ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।