ୟୁପିଏସସି ପରୀକ୍ଷାରେ ପାସ୍ କରି ବିଭିନ୍ନ ସ୍ଥାନରୁ ସମ୍ମାନୀତା ହେଲେ । ପରେ ଜଣାପଡିଲା ଇଏ ସେ ଝିଅ ନୁହଁନ୍ତି

1,904

କନକ ବ୍ୟୁରୋ: ଝିଅ ପ୍ରଥମ ଉଦ୍ୟମରେ ହିଁ ସିଭିଲ ସର୍ଭିସ୍ ପରୀକ୍ଷାରେ ପାସ୍ କରିଛି ବୋଲି ଘୋଷଣା କରିଥିବା ୨୪ ବର୍ଷୀୟା ଦିବ୍ୟା ପାଣ୍ଡେ ଓ ତାଙ୍କ ପରିବାର ଲୋକେ ଗଣମାଧ୍ୟମ ଜରିଆରେ କ୍ଷମା ପ୍ରାର୍ଥନା କରିଛନ୍ତି । ସୂଚନା ଦେଇ କହିଛନ୍ତି ଯେ, ତାଙ୍କ ଝିଅ ସେ ଝିଅ ନୁହେଁ ଯିଏ ସିଭିଲ ସର୍ଭିସରେ ସଫଳତା ହାସଲ କରିଛି ।

ଜିଲ୍ଲା ପ୍ରଶାସନ ଓ ସେଣ୍ଟ୍ରାଲ କୋଲଫିଲ୍ଡ ଲିମିଟେଡ୍ ଦିବ୍ୟା ପାଣ୍ଡେଙ୍କୁ ସମ୍ମାନୀତ କରିଥିବାବେଳେ ଗଣମାଧ୍ୟମ ସବୁ ତାଙ୍କ ସଫଳତା ସଂକ୍ରାନ୍ତ ଆଲେଖ୍ୟ ଛାପିଥିଲେ । ଦିବ୍ୟା ପାରେଡଙ୍କ ତରଫରୁ କ୍ଷମାଯାଚନା କରିଥିବା ତାଙ୍କ ପରିବାର ଲୋକେ କହିଛନ୍ତି, ୨୩୨ ସ୍ଥାନରେ ରହି ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଝିଅଟି ପ୍ରକୃତରେ ଦକ୍ଷିଣ ଭାରତର ବାସିନ୍ଦା ଦିବ୍ୟା ପି. ।

ଦିବ୍ୟା ପାଣ୍ଡେଙ୍କ ବଡ ଭଉଣୀଙ୍କ କହିବା ମୁତାବକ, ଦିବ୍ୟା ସର୍ବଭାରତୀୟ ସ୍ତରରେ ୩୨୩ ସ୍ଥାନରେ ରହି ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି ବୋଲି ଉତ୍ତରପ୍ରଦେଶରେ ଥିବା ତାଙ୍କର ଜଣେ ସାଙ୍ଗ ସୂଚନା ଦେଇଥିଲେ । ଘର ଲୋକେ ୟୁପିଏସସି ୱେବସାଇଟ୍ ଚେକ୍ କରିଥିଲେ ବି ଇଣ୍ଟରନେଟ୍ ଡାଉନ୍ ଥିବାରୁ ଠିକ୍ ଭାବେ ଯାଞ୍ଚ କରିବା ସମ୍ଭବ ନଥିଲା । ତେଣୁ ଏପରି ଭୁଲ ହୋଇଥିଲା ।
ତେବେ ଦିବ୍ୟା ପାଣ୍ଡେ ସଫଳ ହୋଇଥିବା ଖବର ପ୍ରଚାର ହେବା ପରେ ତାଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ସମ୍ମାନୀତ କରାଯାଥô୍ଲା । ଏହି ଘଟଣାକୁ ରାମଗଡର ଡେପୁଟି କମିଶନର୍ ମାଧବୀ ମିଶ୍ରା ‘ମାନବୀୟ ପ୍ରମାଦ’ ବୋଲି କହିଛନ୍ତି । କିନ୍ତୁ ଯେହେତୁ ଦିବ୍ୟାଙ୍କ ପରିବାର ତରଫରୁ କ୍ଷମା ପ୍ରାର୍ଥନା କରାଯାଇଛି ତେଣୁ ତାଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।