ସିଲ ହେବ ଧର୍ମଶାଳାର ବହୁ ଚର୍ଚ୍ଚିତ ବଲ୍ଲେ ବଲ୍ଲେ ଢାବା: ଦୁଇ ଦିନ ତଳେ ହୋଟେଲ ଖାଲି କରିବାକୁ ଜାରି ହୋଇଥିଲା ନୋଟିସ 

135

କନକ ବ୍ୟୁରୋ: ସିଲ ହେବ ବଲ୍ଲେ ବଲ୍ଲେ ଢାବା । ଯାଜପୁର ଧର୍ମଶାଳା ବ୍ଲକ ନେଉଳପୁର ଠାରେ ଥିବା ବଲ୍ଲେ ବଲ୍ଲେ ଢାବା ସିଲ ହେବ । ବେଆଇନ ଭାବେ ଦଖଲ ହୋଇଥିବା ଘରଟି ବ୍ଲକ ପକ୍ଷରୁ ଆମ ଗାଁ ଆମ ବିକାଶ ପାଣ୍ଠି ଓ ଜିଆଇଏ ପାଣ୍ଠିରୁ ତିଆରି କରାଯାଇଛି ବୋଲି ବିଡିଓ ସ୍ୱୀକାର କରିଛନ୍ତି ।  ଦୁଇ ଦିନ ତଳେ ବ୍ଲକ ପକ୍ଷରୁ ଏହି ହୋଟେଲକୁ ଖାଲି କରିବାକୁ ନୋଟିସ ହୋଇଥିଲା । ଆଜି ଶେଷ ଦିନ ହୋଇଥିବା ବେଳେ ହୋଟେଲକୁ ସିଲ କରାଯିବ ବୋଲି ବିଡ଼ିଓ କହିଛନ୍ତି ।