ସଂସଦ ଭବନରେ ମୁଖ୍ୟମନ୍ତ୍ରୀ : ଦଳୀୟ ସାଂସଦଙ୍କ ସହ କଲେ ଆଲୋଚନା; କହିଲେ ରାଷ୍ଟ୍ରପତି ନିର୍ବାଚନ ନେଇ ନିଆଯାଇନି ନିଷ୍ପତ୍ତି

489

କନକ ବ୍ୟୁରୋ : ତିନି ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଂସଦ ଭବନ ମୁଖ୍ୟମନ୍ତ୍ରୀ ଦଳୀୟ ସଂସଦମାନଙ୍କ ସହିତ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ରାଷ୍ଟ୍ରପତି ନିର୍ବାଚନ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ସରକାର କିମ୍ବା ବିରୋଧୀ ଦଳ କେହି ଏନେଇ ବିଜେଡି ସହ ଆଲୋଚନା କରିନାହାନ୍ତି । ସଂସଦ ଭବନରେ ପହଂଚିବା ପରେ ବିଜୁ ଜନତା ଦଳର ସାଂସଦମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ନାହିଁ । ଏହା ସହ ଅନ୍ୟ ବରିଷ୍ଠ ନେତାଙ୍କ ସହ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ଦିଲ୍ଲୀରେ ପହଂଚିବା ପରେ ତାଜ ହୋଟେଲରେ ବିସିସି ଡ୍ରୀଡ଼ା ସମ୍ମାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାରତୀୟ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିଥିଲେ ।